ଭୁବନେଶ୍ୱର (ଏଟିଆର ବ୍ୟୁରୋ); ୭ଦଫା ଦାବି ନେଇ କଟକ ପୁରୀ ରାସ୍ତା ଅବରୋଧ କରିଛନ୍ତି ଭୁବନେଶ୍ୱର ବାର ଆସୋସିଏସନ । ଟାୟାର ଜାଳି ରାସ୍ତା ବନ୍ଦ କରିଛି ସଂଘ । ତେବେ ଏଥିପାଇଁ ରାସ୍ତା ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଜମି ରହିଛି । ଯାହାଦ୍ୱାରା ଜନସାଧାରଣ ବହୁ ଅସୁବିଧାର ସମ୍ମୂଖୀନ ହୋଇଛନ୍ତି । ସେପଟେ ୭ଟି ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତିବ୍ର କରିବା ପାଇଁ ସଂଘ ପକ୍ଷରୁ ସୁଚନା ଦିଆଯାଇଛି । ତେବେ ଏହିି ୭ଟି ଦାବି ମଧ୍ୟରୁ ମୁଖ୍ୟ ତିନୋଟି ଦାବି ହେଲା ଭିଜିଲାନ୍ସ କୋର୍ଟ ବାରଆସୋସିଏସନ ସଂଘକୁ ନଜଣେଇ ପୁରୀକୁ ସ୍ଥାନାନ୍ତରିତ କରିବା,ପୋକ୍ସ କୋର୍ଟ ସମ୍ପୂର୍ଣ୍ଣ ଭାବରେ କାମ କରିବା ଏବଂ ତୁରନ୍ତ ସ୍ଥାୟୀ ଜିଲ୍ଲା ଜର୍ଜ ପୂରଣ କରିବା ଭଳି ଦାବିରେ ରାସ୍ତାରେ ବସିଛନ୍ତି ଓକିଲ ।
ବାରଆସୋସିଏସନର ସଭାପତି ଦୁର୍ଗାମାଧବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ରାଜ୍ୟର କୋର୍ଟର ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ମାତ୍ର ଏହାର ସମାଧାନ ନହେବାରୁ ଶେଷରେ ରାଜରାସ୍ତାକୁ ଓହ୍ଲାଇଛି ସଂଘ । ତେବେ ଏହି ଆନ୍ଦୋଳନଟି ସଭାପ୍ତଙ୍କ ଅଧ୍ୟକ୍ଷତାରେ ହେଉଥିବା ବେଳେ ଏଥିରେ ଉପସଭାପତି ଅଶୋକ କୁମାର ବେହେରା,ସମ୍ପାଦକ ଅଞ୍ଜନ କୁମାର ସାମନ୍ତରାୟ,ଭାଗ୍ୟବତୀ ରାଉତ ଏବଂ ଅନ୍ତଯ୍ୟାମୀ ମିଶ୍ର ପ୍ରମୁଖ ଯୋଗ ଦେଇ ମୁଖ୍ୟ ପୁରୋଧା ସାଜିଛନ୍ତି । ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ବହୁ ସଂଖ୍ୟକ ଓକିଲ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।