ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ମଦ ପିଇ ଚାଲିଯାଉଛି ଅନେକ ଜୀବନ । ଭାଙ୍ଗି ଯାଉଛି ଅନେକ ପରିବାର । ତେବେ ମଦ ପାଇଁ ଏଭଳି ଅନେକ ଅସୁବିଧା ହେଉଥିଲେ ମଧ୍ୟ ଏହାକୁ ବନ୍ଦ କରିବା ପରିବର୍ତ୍ତେ ରାଜ୍ୟ ସରକାର ଏହାର ପ୍ରସାର କରିବାକୁ ବସିଛନ୍ତି । ଯାହାର ପ୍ରତିବାଦରେ ମିଳିତ ନିଶା ନିବାରଣ ଅଭିଯାନ ପକ୍ଷରୁ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସରକାରୀ ବାସଭବନ ଆଗରେ ଏକ ଧାରଣା କରଯାଇଛି ।
ଆସନ୍ତା ୨୮ ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ବିଶ୍ୱକପ ହକି ପାଇଁ ରାଜ୍ୟ ସରକାର ରାଜଧାନୀରେ ଥିବା ସମସ୍ତ ବାର ଏବଂ ଠିପି ବନ୍ଦ ମଦ ଦୋକାନକୁ ରାତି ୧୦.୩୦ ପରିବର୍ତ୍ତେ ୧.୩୦ ପର୍ଯ୍ୟନ୍ତ ଖୋଲାରଖିବା ପାଇଁ ସରକାର ଅନୁମତି ଦେଇଛନ୍ତିି । ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ସୁବିଧାକୁ ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ବରିଷ୍ଟ ବ୍ୟକ୍ତିମାନେ ପ୍ରତିବାଦ କରିଛନ୍ତି ।
ଆଜି ସକାଳେ ମିଳିତ ଓଡିଶା ନିବାରଣ ଅଭିଯାନ ତରଫରୁ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ବାସଭବନ ସମ୍ମୁଖରେ ସଂଘ ପକ୍ଷରୁ ସରକାର ବିରୋଧୀ ନାରାବାଜି ହୋଇଥିଲା । ପୂର୍ବରୁ ରାତି ୧୦.୩୦ ଭିତରେ ଦୋକାନ ବନ୍ଦ ହେଉଥିବା ବେଳେ ବହୁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଥିଲା । ରାସ୍ତାରେ ମଦ ପିଇ ମା ଭଉଣୀଙ୍କୁ କମେଣ୍ଟ କରୁଥିବା ଭଳି ଦୃଶ୍ୟ ଆଗରୁ ନଜରକୁ ଆସିଛି ।
ବିଳମ୍ଭ ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ହେଲେ ମଦୁଆଙ୍କ ମାତାଲି ବଢ଼ିଯିବ ଏବଂ ଅନ୍ୟାୟ ଅନିତି ବଢ଼ିଯିବ । ରାତିରେ ନିଶା ଖାଇ ବହୁ ଅପରାଧ ବଢ଼ିଯିବ । ଏବଂ ନାରୀମାନଙ୍କ ରାତି ଅସୁକ୍ଷିତ ହୋଇଯିବ ବୋଲି ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି ।
ସରକାର ଯଥାଶିଘ୍ର ନେଇଥିବା ଏଭଳି ପଦକ୍ଷେପକୁ ପ୍ରତ୍ୟାହାର କରିନିଅନ୍ତୁ । ନହେଲେ ଆଗକୁ ସରକାର ଜନସାଧାରଣଙ୍କ ସମ୍ମୁଖୀନ ହେବେ । ନିର୍ବାଚନ ବେଳେ ସରକାରଙ୍କୁ ଦେଖେଇ ଦେବେ ବୋଲି ସଂଘ ପକ୍ଷରୁ ଚେତାବନି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ଅଦୈତ ପାତ୍ର,ଅପର୍ଣ୍ଣା ନାୟକ ମଳୟ ତ୍ରିପାଠୀ ପ୍ରମୁଖ ସଂଘର ବହୁ ବରିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।
ରିପୋର୍ଟ ; ଗୁଣନିଧି ବେହେରା