ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୁଆଖାଇର ଶାଖା ନଦୀ କୁଶଭଦ୍ରାରେ ଭାସି ଯାଇଛନ୍ତି ଜଣେ ଛାତ୍ର । ଗାଧୋଇବା ବେଳେ ଏଭଳି ଅଘଟଣ ଘଟିଛି ।
ବନମାଳିପୁର ଅଞ୍ଚଳର ନନ୍ଦ କିଶୋର ସାହୁଙ୍କ ପୁଅ ହେଉଛନ୍ତି ଦୀପ୍ତିକାନ୍ତ ସାହୁ । ନଈରେ ପ୍ରବଳ ଜୁଆର ଥିବା ଯୋଗୁଁ ଦୀପ୍ତି ଗାଧୋଇବା ବେଳେ ଭାସି ଯାଇଛନ୍ତି । ସେ ବାଲିପାଟଣା କଲେଜର ଯୁକ୍ତ ୩ ଛାତ୍ର ଥିବାର ଜାଣିବାକୁ ମିଳିଛି । ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।