ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ସ୍କୁଲକୁ ଗାଡି ଆଣି ପାରିବେ ନି ଛାତ୍ରଛାତୀ । ଉଚ୍ଚବିଭାଗ ପକ୍ଷରୁ କଡା ଚେତାବନୀ । ବିଭିନ୍ନ ସ୍କୁଲମାନଙ୍କରେ ୧୮ବର୍ଷରୁ କମ୍ ଛାତ୍ର ଛାତ୍ରୀମାନେ ଗାଡିନେଇ ଆସୁଥିବାର ଦେଖିବାକୁ ମିଳିଥାଏ । ତେବେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ସତ୍ୱେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଗାଡି ନେଇ ଆସୁଥିବାର ଦେଖିବାକୁ ମିଳୁଛି । ତେବେ ଏନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଟ୍ରାଫିକ ନିୟମ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଉଚ୍ଚ ମାଧ୍ୟମିକ ବୋର୍ଡ ଶିକ୍ଷା ପକ୍ଷରୁ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି ।
ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଉପରେ ରାଜ୍ୟର ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି । ତେବେ ଏହି ନିଅମକୁ କଡାକଡି ଭାବେ ପାଳନ କରିବା ଛାତ୍ରଛାତ୍ରମାନେ ଯେପରି ଗାଡି ନେଇ ବିଦ୍ୟାଳୟକୁ ନଆସିବେ ସେଥି ପାଇଁ ବିଦ୍ୟାଳୟ କତ୍ତୃପକ୍ଷ ଧ୍ୟାନ ଦେବେ ନହେଲେ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଟାନେ ଗ୍ରହଣ କରାଯିବ ।