ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ କହିଛନ୍ତି ଯେ,ଏହି ବିପର୍ଯ୍ୟୟ ପ୍ରଭାବ ସମାଜର ଦୁର୍ବଳ ଓ ଅସହାୟ ଲୋକଙ୍କ ଉପରେ ସବୁଠାରୁ ଅଧିକ ପଡିଥାଏ । ବାହାର ରାଜ୍ୟରୁ ସମସ୍ତ ବ୍ୟକ୍ତିଙ୍କୁ ଫେରାଇ ଆଣିବା ହେଉଛି ଆମ କର୍ତ୍ତବ୍ୟ । ଏହି ଅବସରରେ ସଚିବ ଡି. କେ ସିଂହ କହିଛନ୍ତି ଯେ, ଗତକାଲି ଠାରୁ ବାହାର ରାଜ୍ୟରୁ ଫେରିବା ନିମନ୍ତେ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଯେଉଁ ମାନେ ଫେରିବେ ସମସ୍ତ ୧୪ ଦିନ କ୍ୱାରେଣ୍ଟେଇନରେ ରହିବେ । ରେଜିଷ୍ଟ୍ରେସନ କରିବା ବେଳେ ମେବାଇଲ ନମ୍ବର ଓ ଆଧାର କାଉର୍ ନମ୍ବର ନିହାତି ଜରୁରୀ । ରେଜିଷ୍ଟ୍ରସନ କରିବା ପାଇଁ ତିନି ପ୍ରକାର ବ୍ୟବସ୍ଥା କରାଯାଇଛି । ସେଗୁଡିକ ହେଲା ନିଜେ ନିଜେସ୍ୱ କରିପାରିବେ, ସର୍ମ୍ପକିୟ କରିପାରିବେ ଓ ଫର୍ମା ପୂରଣ କରି ନେଡାଲ ଅଫିସର ମାନଙ୍କୁ ଦେଲେ ସେମାନେ କରିବେ । ଫର୍ମ ପୂରଣ କରିବା ବେଳେ ସବିଶେଷ ତଥ୍ୟ ଦେବାକୁ ଅନୁରୋଧ କରିଛନ୍ତି ସଚିବ ଡି. କେ ସିଂହ ।
ତେବେ ସୂଚନା ଦେଇ ସୁବ୍ରତ ବାଗଚୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଭାତରେ ୫୭୯୯୫୭ଟି ନମୁମା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୨୪୫୦୬ ଜଣ ବ୍ୟକ୍ତ ପଜେଟିବ ହୋଇଥିବା ବେଳେ ୭୭୫ ଜଣ ମୃତ୍ୟୁ ବରଣ କରିଛନ୍ତି । ସେଭଳି ଓଡିଶାରେ ୨୦୫୯୯ଟି ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୯୪ଟି ପଜେଟିଭ ଆସିଥିବା ବେଳେ ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।