ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ କହିଥିଲେ ଯେ, ଯୁଦ୍ଧରେ ଆମକୁ ଜିତିବା ପାଇଁ ଆମକୁ ୪ଟି ଜିନିଷ ଦରକାର । ସେଗୁଡିକ ହେଲା ଜନ ବଳ, ଧନ ବଳ , ଜ୍ଞାନ ବଳ, ସାମଗ୍ରୀ ବଳ । ବର୍ତ୍ତମାନ ପରିସ୍ଥିତିରେ ଆମ ପାଖରେ ତିନୋଟି ବଳ ଅଛି । ତେବେ ଆମଠୁ ବଡ ବଡ ଦେଶ ମାନେ ବି ଆମ ପରି ଗୋଟିଏ ବଳ ପାଇଁ ବହୁ ଚେଷ୍ଟା କରୁଛନ୍ତି । ତାହା ହେଉଛି ସାମଗ୍ରୀ ବଳ । ବର୍ତ୍ତମାନର ପରିସ୍ଥିତିରେ ସାମଗ୍ରୀ ବଳ ହେଉଛି ସ୍ୱାସ୍ଥ୍ୟ ବିଭାଗରେ ଦରକାର ହେଉଥିବା ଜିନିଷ । ଏହାକୁ ନେଇ ହେମନ୍ତ ଶର୍ମା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆମକୁ ଗୋଟିଏ ଲକ୍ଷ୍ୟ ଦେଇଛନ୍ତି । ଯାହା ହେଉଛି ଆମକୁ ଆଗାମୀ ୬ ମାସ ଭିତରେ କେତେ ସ୍ୱାସ୍ଥ୍ୟ ସାମଗ୍ରୀ ଦରକାର ତାହା ଆୟୋଜନ କରିବାକୁ । ଯାହାକୁ ଆମେ ୩ ଭାଗରେ ବିଭକ୍ତ କରିଛୁ । ସେଗୁଡିକ ହେଲା ମେଡିସିନ, ସ୍ୱାସ୍ଥ୍ୟଜନିତ ସାମଗ୍ରୀ, ଟେଷ୍ଟ କିଟ । ଏହାକୁ ଆୟୋଜନ କରିବା ପାଇଁ ଆମେ ମାନେ ଦିନ ରାତି କାମ କରୁଛୁ । ଏହି ସବୁ ଜିନିଷ ବିଭିନ୍ନ ଯାଗାରୁ ଆଣି ଏହାକୁ ମେଡିକାଲ କିମ୍ବା ଗୋଦାମରେ ରଖାଯାଉଛି । ତେବେ ଅତି ଶୋଚନିୟ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ହେଉଛୁ । ଯଦି ଏହି ଭାଇରସ ଆଧିକ ବ୍ୟାପେ ତାହାଲେ ଆମକୁ କେତେ ମେଡିସିନ, ସ୍ୱାସ୍ଥ୍ୟ ଜନିତ ସାମଗ୍ରୀ, ଟେଷ୍ଟ କିଟ ଦରକାର ହେବ ତାହା ଆମେ ସଂଗ୍ରହ କରିବାକୁ ଚେଷ୍ଟା କରୁଛୁ । ଏହା ପାଇଁ ଏକ ବ୍ଲୁପ୍ରିଣ୍ଟ ତିଆରି କରିଛୁ । ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ସବୁ ପ୍ରକାରର ସୁବିଧା କରାଛନ୍ତି ବୋଲି ହେମନ୍ତ ଶର୍ମା କହିଛନ୍ତି ।
ଏହା ପରେ ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି କହିଛନ୍ତି ଯେ, ବିଶ୍ୱ ୩୭୫୫୧୫ ସଂକ୍ରମିତ ହୋଇଥିବା ବେଳେ ୨୧୧୭୮୮ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଭାରତରେ ୭୧୬୭୩୩ ନମୁନା ପରୀକ୍ଷା କରାଯାଇଛି । ୨୯୪୩୫ ପଜେଟିଭ ହୋଇଛନ୍ତି । ଭାରତରେ ମୃତ ହେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ୬୩ ପ୍ରତିଶତରୁ ଅଧିକ ବୃଦ୍ଧା ଥିବାର ଜଣା ପଡିଛି । ସେହିପରି ରାଜ୍ୟରେ ୨୬୬୮୭ ଟି ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୧୮ଟି ପଜେଟିଭ ଥିବାର ଜଣାପଡିଛି । ତେବେ ସୁସ୍ଥ ହୋଇ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।