ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ସାମ୍ବାଦିକ ସମ୍ମୀଳନୀରେ ସୁବ୍ରତ ବାଗଚୀ କହିଛନ୍ତି ଯେ, ବଡ ବଡ ସଂସ୍ଥା ମାନଙ୍କୁ କରୋନା ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଯୋଗାଯୋଗ କରିବା ପାଇଁ କହିଛନ୍ତି । ବାହାର ରାଜ୍ୟର ୯ ହଜାର ଶ୍ରମିକଙ୍କ ସହ ଯୋଗା ଯୋଗ କରାଯୋଇଛି । ସେମାନଙ୍କ ରହିବା ଖାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ଶ୍ରମିକ ମାନେ ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ ଭଳି ପଡୋଶୀ ରାଜ୍ୟ ମାନଙ୍କର ଶ୍ରମିକ ।ଆସନ୍ତା କାଲି ୧୦୪ ହୋଲ ଲାଇନ ସକାଳ ୬ ଟାରୁ ୭ ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଅଗ୍ରେଡେଶନ ପାଇଁ ଏହାକୁ ବନ୍ଦ ରଖାଯିବ ।
ଏହା ସହ ସୁବ୍ରତ ବାଗଚୀ କହିଛନ୍ତି ତେଜରାତି ଦେକାନ ମାନଙ୍କରେ ପଶୁ ଖାଦ୍ୟ ଉପଲ୍ଲଧ କରାଯିବ । ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ଟପିଛି । ୧୯୯ଟି ଦେଶକୁ ଏହି ଭାଇରସ ବ୍ୟାପିଛି । ସେହିରି ମୃତ୍ୟୁ ସଂଖ୍ୟା ୨୭୪୪୧ । ଭାରତରେ ୯୦୮ଜଣ ଲୋକ ଆକ୍ରାନ୍ତ ଥିବାବେଳେ ମୃତ୍ୟୁ ସଂଖ୍ୟା ୨୦ ରହିଛି । ସେହିଭଳି ଓଡିଶାରେ ଚିହ୍ନଟ ତୃତୀୟ କରୋନା ରୋଗୀଙ୍କ ସଂସ୍ପର୍ଶ ୧୧୨ ଜଣ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ସହ ଯୋଗାଯେଗା ହୋଇପାରି ନାହିଁ । ତେବେ ଯୋଗାଯୋଗ ହୋଇ ପାରିଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୧୧ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଜଣଙ୍କର ନେଗେଟିବ ଆସିଛି । ବାକି ୧୦ ଜଣଙ୍କ ରିପୋର୍ଟ ଆସିନାହିଁ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।