ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏବଂ ୱିକେଟକିପର ମହେନ୍ଦ୍ର ସିଂ ଧୋନୀଙ୍କୁ ଆଉ ଏକ ଝଟକା ଲାଗିଛି । ଟ୍ୱିଟରରେ ଫଲୋଅର୍ସ ସଂଖ୍ୟା ଏକ କୋଟି ୧୦ ଲକ୍ଷ ଟପିଥିବାରୁ ବିସିସିଆଇ ଶୁକ୍ରବାର ଏକ ପୋଷ୍ଟର ସେୟାର କରି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ପୋଷ୍ଟରରେ ପୁରୁଷ କ୍ରିକେଟର ଏବଂ ମହିଳା କ୍ରିକେଟର୍ସ ମାନେ ନଜର ଆସିଛନ୍ତି କିନ୍ତୁ ଏଥିରେ ଧୋନୀଙ୍କୁ ସ୍ଥାନ ଦିଆଯାଇ ନାହିଁ ।
ବିସିସିଆଇର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ୧୧ ମିଲିଅନ ଫଲୋଅର୍ସ ହୋଇସାରିଛନ୍ତି । ଏଥିପାଇଁ ବିସିସିଆଇ ୮ ପ୍ରମୁଖ ଖେଳାଳୀଙ୍କ ଫଟୋ ଥିବା ଏକ ପୋଷ୍ଟର ସେୟାର କରି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛି । ଏହି ପୋଷ୍ଟରରେ ପୁରୁଷ ଏବଂ ମହିଳା ଖେଳାଳୀ ମାନଙ୍କ ମଧ୍ୟରେ ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ଶ୍ରେୟସ ଆୟର, ଜସପ୍ରିତ ବୁମରା, ହର୍ମନପ୍ରୀତ କୌର, ସ୍ମୃତି ମନ୍ଧନା ଏବଂ ପୁନମ ଯାଦବ ବି ସାମିଲ ଅଛନ୍ତି । କିନ୍ତୁ ଏହି ପୋଷ୍ଟରରେ ଧୋନୀଙ୍କୁ ସ୍ଥାନ ଦିଆଯାଇ ନାହିଁ ।
As we celebrate our growing community on Twitter, do not forget to practice social distancing.#StayHomeStaySafe pic.twitter.com/sowVlHKbnv
— BCCI (@BCCI) March 27, 2020
ଏହାପୂର୍ବରୁ ବି ବିସିସିଆଇ ର ଇଂଷ୍ଟାଗ୍ରାମରେ ଫଲୋଅର୍ସ ସଂଖ୍ୟା ୧୩ ମିଲିଅନ ଛୁଇଁବାକୁ ନେଇ ଏକ ପୋଷ୍ଟ ସେୟାର କରାଯାଇଥିଲା । ଏହି ପୋଷ୍ଟରରେ ବି ଧୋନୀଙ୍କର ଫଟୋ ନଥିଲା । ସେହିପରି ଏବେ ବି ଟ୍ୱିଟର ପୋଷ୍ଟରେ ଧୋନୀ ଫଟୋ ନାହିଁ ।