ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ଭାଇରସକୁ ନେଇ ରାଜ୍ୟ ସରକାର covid19.odisha,gov.in ପୋର୍ଟାଲ ଓ ୧୦୪ ନମ୍ବର ଜାରି କରିଛନ୍ତି । ତେବେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ପୋର୍ଟଲାରେ ୨୧୩୧ ଜଣ ରେଜିଷ୍ଟ୍ରେସନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ଲୋକ ୟୁଏଇ, ୯ ପ୍ରତିଶତ ଲୋକ ୟୁଏସ, ୪ ପ୍ରତିଶତ ଲୋକ ୟୁକେ ର ବୋଲି ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମୀଳନିରେ କହିଛନ୍ତି । ସେହିପରି ରାଜ୍ୟରେ ଥିବା ସମସ୍ତ ଜିଲ୍ଲା ମଧ୍ୟରୁ କେବଳ ମାଲକାନାଗିରିରୁ କୌଣସି ଲୋକ ପୋର୍ଟାଲରେ ରେଜିଷ୍ଟ୍ରେସନ କରିନାହାନ୍ତି । ସବୁଠାରୁ ଅଧିକ ଲୋକ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ବାଲେଶ୍ୱର ଜିଲ୍ଲାର ବୋଲି ସୁବ୍ରତ ବାଗଚୀ କହିଛନ୍ତି ।
ରେଜିଷ୍ଟ୍ରେସନ କରିଥିବା ଲୋକ ମାନଙ୍କ ମଧ୍ୟରୁ ୯୭ ପ୍ରତିଶତ ଲୋକ ବୃଦ୍ଧା ଥିବାର କହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ସମସ୍ତ କରୋନା ଭାଇରସରେ ଆକ୍ରାନ୍ତ ନାହାନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି । ଆଉ ୫ ଟି ଦେଶକୁ ଆଜି କରୋନା ଭାଇରସ ବ୍ୟାପିବା ସହ ମୋଟ ୧୬୭ ଦେଶରେ କରେନା ରୋଗୀ ଚିହ୍ନଟ ହୋଇଛନ୍ତି । ଆମକୁ ଆଉ ୧୫୫ ଦିନ ଏହି ଭାଇରସ ସହ ଲଢିବାକୁ ପଡିବ । ଭାରତରେ ୧୪୮ ଜଣଙ୍କ ମଧ୍ୟରେ କରେନା ଭାଇରସ ଚିହ୍ନଟ ହୋଇଛି । ରାଜ୍ୟରେ ୪୭ ଜଣଙ୍କ କରୋନା ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ୪୬ ଜଣଙ୍କ ରିର୍ପୋଟ ନେଗେଟିଭ ଆସିଛି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।