ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶ୍ରବଣ ଯନ୍ତ୍ର ପ୍ରତିରୋପଣ କରି ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛି ଅପୋଲ ହସ୍ପିଟାଲ । ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲର ଇଏନଟି ବିଭାଗରେ ଦୁଇ ଜଣ ପିଲାଙ୍କଠାରେ ସଫଳତା ପୂର୍ବକ କୋକ୍ଲିୟର ବା ଶ୍ରବଣ ଯନ୍ତ୍ର ପ୍ରତିରୋପଣ କରାଯାଇଛି ।
ଇଏନଟି ସର୍ଜନ ଓ କନସଲଟାଣ୍ଟ ଡା. ମନୋଜ କୁମାର ଲାଠଙ୍କ ନେତୃତ୍ୱରେ ତାଙ୍କ ଟିମ୍ ସଫଳତା ପୂର୍ବକ ଦୁଇ ପିଲାଙ୍କର ଶ୍ରବଣ ଯନ୍ତ୍ର ପ୍ରତିରୋପଣ କରିଛନ୍ତି । ପିଲା ଦୁହିଁଙ୍କ ବୟସ ୩ ଏବଂ ସାଢେ ୩ ବର୍ଷ ହୋଇଥିବା ବେଳେ ଉଭୟ ଜନ୍ମରୁ ବଧିର । ଅନେକ ପରୀକ୍ଷା ପରେ ଉଭୟଙ୍କ କାନ କାର୍ଯ୍ୟ କରୁନଥିଲା । ଏହାପରେ ଅସ୍ତ୍ରପ୍ରଚାର ଦ୍ୱାରା କାନରେ ଶ୍ରବଣ ଯନ୍ତ୍ର ପ୍ରତିରୋପଣ ନିମନ୍ତେ ହସ୍ପିଟାଲ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଯାହାଫଳରେ ପିଲା ଦୁହେଁ ଶଦ୍ଦ ଶୁଣିପାରିବେ ।
ସଫଳତା ପୂର୍ବକ ଅସ୍ତ୍ରପ୍ରଚାର ଶେଷ କରାଯାଇଛି ବୋଲି ଇଏନଟି ସର୍ଜନ ଡା. ମନୋଜ ଲାଠ କହିଛନ୍ତି ।
ସେହିପରି ଏହି ଅସ୍ତ୍ରପ୍ରଚାରକୁ ନେଇ ଆପୋଲ ହସ୍ପିଟାଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି କି, ଉଭୟ ପରିବାର ମୁହଁରେ ହସ ଫେରାଇବା ଆମ ସମସ୍ତଙ୍କ ପାଇଁ ଏକ ବଡ ଆନନ୍ଦ ।