ଭୁବନେଶ୍ୱର ( ଏଟିଆର ବ୍ୟରୋ): ହାତ ଛାଡିଲେ ସୁମିତ୍ରା । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମଝିରେ ଆଉ ଗୋଟିଏ ଦିନ ଥିବା ବେଳେ କଂଗ୍ରେସ ଛାଡିଲେ ସୁମିତ୍ରା ଜେନା । ପୂର୍ବରୁ ଟିକେଟ ବଣ୍ଟନକୁ ନେଇ ସସନ୍ତୁଷ୍ଟ ଥିବା ସୁମିତ୍ରା ଶେଷରେ ଆଜି ହାତ ଛାଡିଛନ୍ତି । ସୁମିତ୍ରା ଭଦ୍ରକ ଆସନରୁ ଆଶାୟୀ ଥିବା ବେଳେ ଦଳ ତାଙ୍କୁ ନିରାଶ କରିଥିଲା ଯାହାକୁ ନେଇ କିଛି ଦିନ ହେଲା ଚର୍ଚ୍ଚାରେ ଥିଲେ ସେ । ଭଦ୍ରକ ବିଧାନସଭା ଟିକେଟ ପାଇଁ ସେ ଆଶାୟୀ ଥିଲେ ସୁଦ୍ଧା ଦଳ ସେଠାରେ ନଳିନୀ ମହାନ୍ତିଙ୍କୁ ଟିକେଟ ଦେଇଥିଲା । ସୁମିତ୍ରା କଂଗ୍ରେସରେ ୫୨ ଜଣଙ୍କୁ ଟିକେଟ ଦବା ପାଇଁ ସୁପାରିଶ କରିଥିଲେ ମାତ୍ର ଦଳ ତାଙ୍କ କଥାକୁ ଭୁକ୍ଷେପ କରିନଥିଲା ମାତ୍ର ହାତ ଗଣତି କେତେ ଜଣଙ୍କୁ ଟିକେଟ ଦେଇଥିଲା । ।
ଯାହା ପାଇଁ ସେ ରାତି ସାରା କଂଗ୍ରେସ ଭବନ ଆଗରେ ଅନିଦ୍ରାରେ ଅନସନରେ ବସିଥିଲେ । ଆହୁରୀ ମଧ୍ୟ ସେ ଅଭିଯୋଗ କରିଥିଲେ ଯେ ଦଳରେ ତାଙ୍କୁ ଜଣେ ଡମି ସଭାନେତ୍ରୀ କରି ରଖିବାକୁ ଦଳ ମସୁଧା କରୁଛି । ଯାହା ସେ କେବେ ହେଲେ କରାଇ ଦେବେ ନାହିଁ । ଦଳ ତାଙ୍କୁ କୌଣସି କାର୍ଯ୍ୟକ୍ରମରେ ଖୋଜୁ ନାହିଁ । କଂଗ୍ରେସରେ କେବଳ ଜମି ଲୁଟେରା ମାନଙ୍କର ରାଜ ଚାଲିଛି ବୋଲି ସେ କହିଛନ୍ତି ।
ସେ ଇସ୍ତପା ଦେବା ପରେ ପ୍ରତିକ୍ରିୟାରେ କହିଛନ୍ତି ଦଳ କେବଳ କୋଟି ପତି ଏବଂ ସୌନ୍ଦର୍ଯ୍ୟ ଥିବା ଓ ମଦ ଦୋକାନୀ ଥିବା ଲୋକଙ୍କୁ ଟିକେଟ ଦେଇଛି । ଦଳର ମନମୁଖୀ କାମ ନେଇ ଦଳ ଛାଡିଥିବା କହିଛନ୍ତି । ବିଜେଡିକୁ ଜିତେଇବା ପାଇଁ ନିରଞ୍ଜନ ଚେଷ୍ଟା କରୁଛନ୍ତି । ସେ ସକୁନୀ ହେଇ ଦଳକୁ ଆସିଛନ୍ତି । ଦୈପଦୀଙ୍କ ଲୁହରେ କୁରୁବଂଶ ଧ୍ୱଶଂ ହେଲା ପରି ମହିଳାଙ୍କ ଲୁହରେ ଓଡିଶାରେ କଂଗ୍ରେସ ଧ୍ୱସଂ ପାଇଯିବ ବୋଲି ସେ କହିଛନ୍ତି । ସୁତ୍ର ଖବର ଅନୁସାରେ ସେ ସନ୍ଧ୍ୟାରେ ବିଜେଡିରେ ଯୋଗ ଦେଇ ପା