ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶର ସୁନାମଧନ୍ୟ ଶାସ୍ତ୍ରୀୟ ସଂଗୀତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ ହୋଇଛି । କୋଲକତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ସୁନନ୍ଦାଙ୍କ ବିୟୋଗରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘ ଦିନ ହେଲା ସେ ଅସୁସ୍ଥ ହୋଇଥିଲା । ସେ ୧୯୩୪ ମସିହାରେ ମସିହା ନଭେମ୍ବର ୭ ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ।
ସେ ୧୪ ବର୍ଷ ବୟସରେ କଟକ ଆକାଶବାଣୀ କେନ୍ଦ୍ରରେ ସଂଗୀତ ପରିବେଷଣ କରିଥିଲେ । ସେ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ତାଙ୍କ ଉପରେ ନିର୍ମିତ ପ୍ରମାଣିକ ଚ୍ଚଳଚ୍ଚିତ୍ର “ନୀଳ ମାଧବ’’କୁ ଜାତୀୟ ଚ୍ଚଳଚିତ୍ର ପୁରସ୍କାର ମିଳିଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା । ୧୯୮୩ ମସିହା ଠାରୁ ସେ କୋଲକତାରେ ରହି ଆସୁଥିଲେ ।