ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୁନ୍ଦରଗଡ ମେଡିକାଲ କଲେଜ ଆସନ୍ତାବର୍ଷଠୁ କାର୍ଯ୍ୟକ୍ଷମ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି ଗୃହରେ ବିବୃତ୍ତି ରଖିଛନ୍ତି । ସେ କହିଛନ୍ତି କି, ୨୦୨୨-୨୩ ବର୍ଷରୁ ଆଡମିସନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର । ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଏବଂ ୧୦୦ ଏମବିବିଏସ ସିଟ୍ ପାଇଁ ପ୍ରସ୍ତୁତି ଚାଲିଛି ।
ରାଜ୍ୟ ସରକାର ଓ ଏନଟିପିସିର ସହଭାଗିତାରେ ଏହି ମେଡିକାଲ କଲେଜ ପ୍ରସ୍ତୁତି କରାଯାଉଥିବା ବେଳେ ମେଡିକାଲ ସିଟ୍ ପାଇଁ ସେପ୍ଟମ୍ବର ୨୬ ସୁଦ୍ଧା ସରକାର ଆବେଦନ କରିବେ । ସେହିପରି ୨୭୧ ଜଣ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବା ନେଇ ବ୍ୟବସ୍ଥା କରାଯାଉଛି ।