ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସୁପ୍ରିମକୋର୍ଟ କେନ୍ଦ୍ର , ଟୁଇଟର ଓ ଅନ୍ୟ ଇଣ୍ଟରନେଟ ମିଡିଆ ପ୍ଲାଟଫର୍ମକୁ ମିଥ୍ୟା ଖବର ମାଧ୍ୟମରେ ଘୃଣାର ବିଷୟବସ୍ତୁ ଅନୁସନ୍ଧାନ କରିବାକୁ କହିଛନ୍ତି । କେନ୍ଦ୍ର ସରକାର ଓ ଟୁଇଟର ସୁପ୍ରିମ୍କୋଟ ଜନହିତକର ଆବେଦନର ଶୁଣାଣି ସମୟରେ ନୋଟିସ ଜାରି କରିଛନ୍ତି ।
ଏଥିରେ ସେ ଉଲ୍ଲେଖ କରିଥିଲେ ଅସତ୍ୟ ସମ୍ବାଦ ଜରିଆରେ ବିଦ୍ୱେଷ ବିସ୍ତାର କରୁଥିବା ଟୁଇଟର୍ ପୋଷ୍ଟ୍ ଏବଂ ବିଜ୍ଞାପନ ଆଦିକୁ ପ୍ରତିହତ କରିବା ନିମନ୍ତେ କିଛି ଜ୍ଞାନକୌଶଳ ଉଦ୍ଭାବନ କରାଯାଉ। ଏହାଛଡ଼ା, ଜାଲ୍ ଆକାଉଣ୍ଟ୍ ମାଧ୍ୟମରେ ପରିବେଶିତ ବିଭ୍ରାନ୍ତକାରୀ ବାର୍ତ୍ତା ସବୁକୁ ପ୍ରତିରୋଧ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଉ।
ଏହାପୂର୍ବରୁ ଟ୍ୱିଟରର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ଭାରତ ସରକାର ଅସନ୍ତୋଷ ବ୍ୟକ୍ତ କରିଥିଲେ । ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ସଚିବଙ୍କ ସଗ ଟ୍ୱିଟରର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ବସିଥିଲା । ଏଥିରେ ସରକାର ସ୍ପଷ୍ଟ ଭାବେ ନିୟମ ମାନିବାକୁ ଟ୍ୱିଟରକୁ କହିଥିଲେ ।ନିର୍ବାଚନ ସମୟରେ ପ୍ରତିଦ୍ୱନ୍ଦ୍ୱୀଙ୍କ କଳଙ୍କିତ କରିବା ଲାଗି ରାଜନୈତିକ ଦଳ ସବୁ ଏହି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ଗୁଡ଼ିକୁ ବ୍ୟବହାର କରୁଛନ୍ତି ବୋଲି ବିଜେପି ନେତା ବିନୀତ କହିଛନ୍ତି।