ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ସୁର ରାଉତରାୟ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏଥର ରାଜନୀତି ନୁହେଁ ବରଂ ନିଜ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସୁରଙ୍କ ପୁଅ ମନ୍ମଥ ଖୁବ ଶୀଘ୍ର ରାଜନୀତିକୁ ଆସିବା ସହିତ ସୁରଙ୍କ ଗଡ ସମ୍ଭାଳି ପାରନ୍ତି ବୋଲି ସୁର ଇସାରା କରିଛନ୍ତି ।
ସୁର କହିଛନ୍ତି ତାଙ୍କ ସାନ ପୁଅ ମନ୍ମଥ ଏବେ ପାଇଲଟ ଅଛନ୍ତି । ସେ ଏବେ ଏୟାର ଇଣ୍ଡିଆରେ କାର୍ଯ୍ୟରତ । ତେବେ ମନ୍ମଥ ମାସକୁ ୨୦ ଦିନ ବିମାନ ଉଡାଉଥିବା ବେଳେ ୧୦ ଦିନ ସାଧାରଣ ଲୋକଙ୍କ ସେବା କରନ୍ତି । ମନ୍ମଥ ଏବେ ସୁରଙ୍କ ନିର୍ବାଚନ ମଣ୍ଡଳୀ ଜଟଣୀରେ ଲୋକଙ୍କ ସେବା କରୁଛନ୍ତି । ସୁର ଆହୁରି ମଧ୍ୟ କହିଛନ୍ତି ମୋ ଅପେକ୍ଷା ମୋ ପୁଅ ଅଧିକ ଲୋକଙ୍କ କଥା ବୁଝିବ । ତେଣୁ ସେ ରାଜନୀତିରେ ପାଦ ଦେଇପାରେ ବୋଲି ସୁର କହିଛନ୍ତି ।