ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଅସିତ କୁମାର ତ୍ରିପାଠୀ ମୁଖ୍ୟଶାସନ ସଚିବ ଅବସର ନେଇଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ସୁରେଶ ମହାପାତ୍ର ।ଜଣେ ଆଇଏଏସ୍ ଅଫିସର ଭାବେ ୩୦ ରୁ ୩୫ ବର୍ଷ ବୟସ ପରେ ଏହି ପଦରେ ତାଙ୍କୁ ବସିବାର ସୈାଭାଗ୍ୟ ମିଳିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି ବୋଲି ସେ ଏକ ଭିଡିଓ ରେ ବାର୍ତ୍ତା ଦେଇଛନ୍ତି ।
ତାଙ୍କୁ ଆଇଏଏସ ପଦବି ମିଳିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୁରେଶ ଆଞ୍ଚଳିକ ବିକାଶ , ପର୍ଯ୍ୟଟନ, କୃଷି , ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦାତା ହୋଇ କାମ କରିବେ ବୋଲି କହିଛନ୍ତି ।
୧୯୮୬ ବ୍ୟାଚରେ ଆଇଏଏସ ସୁରେଶ ମହାପାତ୍ର ୨୦୨୨ ଫେବୃଆରୀ ମାସ ପର୍ଯ୍ୟନ୍ତ ଏହି ପଦବିରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି । ୩୪ ବର୍ଷର ଚାକିରି ଜୀବନରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପରିଚୟରେ ଓ ଭିନ୍ନ ଭିନ୍ନ ପଦବୀରେ କାର୍ଯ୍ୟ କରି ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।
ମୁଖ୍ୟ ଶାସନ ସଚିବଙ୍କ ପାଇଁ ବିଦାୟକାଳୀନ ସଭା ଆୟୋଜନ ହୋଇପାରିନଥିବା ବେଳେ ସମସ୍ତ ଆଏଏସ , ଓଏସଏସ , ସେକ୍ରେଟାରୀଏଟ ସେବା ଅଧିକାରୀ , ଓ ସୁରକ୍ଷା କର୍ମୀମାନେ ଶାସନ ସଚିବ କାର୍ଯ୍ୟଳାୟକୁ ଯାଇ ସାମାଜିକ ଦୂରତା ରକ୍ଷା କରି ବିଦାୟ ଜଣାଇଛନ୍ତି ।