ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କେନ୍ଦ୍ର ନିର୍ବାଚନ ଅଧିକାରୀ ସୁଶିଲ ଚନ୍ଦ୍ରା ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର । ନିର୍ବାଚନ ସଦନର ମୁଖ୍ୟ ପଦବୀରେ ଅବସ୍ଥାନ କରାଇବା ନିମନ୍ତେ ସରକାର ସୁଶିଲ ଚନ୍ଦ୍ରାଙ୍କର ନାମ ଅନୁମୋଦନ କରିଥିଲେ । ତେବେ ସରକାରଙ୍କ ତରଫରୁ ଗ୍ରୀନ ସିଗନାଲ ମିଳିସାରିଥିବାବେଳେ ଯେକୈାଣସି ମୁହୂର୍ତ୍ତରେ ନାଁ ଘୋଷଣା କରାଯିବ ।
ସିଇସି ସୁନୀଲ ଆରୋରା ଏପ୍ରିଲ ୧୨ ରେ ଅବସର ଗ୍ରହଣ କରିବାପରେ ୧୩ ତାରିଖରେ ସୁଶିଲ ଚନ୍ଦ୍ରା ସିଇସି ଭାବେ ଦାୟିତ୍ୱ ଗ୍ରହଣ କରିବେ । ୨୦୨୨ ମେ ୧୪ ପର୍ଯ୍ୟନ୍ତ ସୁଶୀଲଙ୍କ କାର୍ଯ୍ୟକାଳ ରହିଛି । ୨୯୦୧୯ ଫେବୃୟାରୀ ୧୪ ତାରିଖରେ ସୁଶୀଲ ନିର୍ବାଚନରେ ନିଯୁକ୍ତି ହୋଇଥିଲେ । ନିର୍ବାଚନ କମିଶନର ହେବା ପୁର୍ବରୁ ସୁଶିଲ ଚନ୍ଦ୍ରା ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକସେସ୍ର ଚେୟାରମ୍ୟାନ ଥିଲେ ।
ଆସନ୍ତାବର୍ଷ ମାର୍ଚ୍ଚ ମାସର ବିଭିନ୍ନ ତାରିଖରେ ଗୋଆ,ମଣିପୁର,ଉତ୍ତରାଖଣ୍ଡ ଓ ପଞ୍ଜାବରେ ବିଧାନସଭା କାର୍ଯ୍ୟକାଳ ପୂରଣ ହେବ । ଆସନ୍ତା ମେ ୧୪ ରେ ଉତ୍ତର ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ପୂରଣ ହେବ ।