ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଏକାମ୍ର କ୍ଷେତ୍ରର ବିନ୍ଦୁ ସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସ ଜରିଆରେ ଏହାର ଉଦଘାଟନ କଲାବଳେ ଏଥିରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ , ଭୂବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ , ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଓ ଅଶୋକ ପଣ୍ଡା ଉପସ୍ଥିତ ଥିଲେ ।
ଏହି ବିନ୍ଦୁ ସାଗର ପାଇଁ ୧୩ ଶହ ଫୁଟ୍ ଲମ୍ବ ଓ ୭ ଶହ ଫୁଟ ଚଉଡା ବିଶିଷ୍ଟ ଏହି ପୁଷ୍କରୀଣିର ପୁନରୁଦ୍ଧାର ପାଇଁ ଓ ସୈାନ୍ଦର୍ଯ୍ୟକରଣ ପାଇଁ ୨୦୦୭ ମସିହାରୁ ବିଏମ୍ସି ପକ୍ଷରୁ ୧ କୋଟି ଟଙ୍କା ବ୍ୟୟ କରାଯାଇଥିଲା ।ମାତ୍ର ଏହାର କିଛି ଦିନ ପରେ ପୁଣି ଏହି ପୋଖରୀରେ ଦଳ ଭରିଯାଇଥିବା ବେଳେ ୨୦୦୩ ମସିହାରେ ଏହାର ଦଳ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଏଥି ପାଇଁ ୧ କୋଟି୭୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।
ଭୂବନେଶ୍ୱରବାସୀଭ୍କ ସଂସ୍କୃତି ଓ ପରମ୍ପରା ସହ ଜଡିତ ବିନ୍ଦୁସାଗର । ବିନ୍ଦୁସାଗର ଜଳ କୁ ସଫା ରଖିବା ଆକର କର୍ତ୍ତବ୍ୟ ବୋଲି ନବୀନ କହିଛନ୍ତି । ଏବଂ ଏଥି ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛନ୍ତି ମୁଖ୍ୟମନ୍ତ୍ରୀ ।ଏହି ପ୍ରକଳ୍ପା କାର୍ଯ୍ୟ ଇନଷ୍ଟିଚ୍ୟୁଟ ଅଫ୍ କେମିକାଲ ଟେକ୍ନୋଲୋଜି ଆଇସିଟି ଏବଂ ଓଡିଶା ବ୍ରିଜ କର୍ପୋରେସନର ମିଳିତ ସହଯୋଗରେ ଏହା ସମ୍ପର୍ଣ୍ଣ ହେବ ।