ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମିଳିବନି ୫ ଟଙ୍କିଆ ମିଠା । ଆଜିଠୁ ମିଠା ଦର ବୃଦ୍ଧି । ଗତମାସରେ ଓମଫେଡ କ୍ଷୀର ଦର ବୃଦ୍ଧି ହେବା ପରେ ପାହାଳ ବଜାରକୁ ଛେନା ଯୋଗାଉଥିବା ବ୍ୟବସାୟୀ ସଂଘ ଛେନା କିଲୋ ପ୍ରତି ଦର ୨୦ ଟଙ୍କା ବୃଦ୍ଧି କରିଛନ୍ତି । ଏହାପରେ ରସଗୋଲା ବ୍ୟବସାୟୀ ସଂଘ ପକ୍ଷରୁ ବ୍ୟବସାୟୀଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା । ଏଥିରେ ମିଠା ଦର ବୃଦ୍ଧି ନେଇ ନିଷ୍ପତି ହୋଇଥିଲା ।
୫ ଟଙ୍କିଆ ମିଠା ୬ ଟଙ୍କା, ୧୦ ଟଙ୍କିଆ ମିଠା ୧୨ ଟଙ୍କା, ୨୦ ଟଙ୍କିଆ ୨୫ ଟଙ୍କା, ଛେନାଗଜା କେଜି ପ୍ରତି ୨୨୦ ଟଙ୍କା ଓ ଛେନାପୋଡ଼ା କେଜି ପ୍ରତି ୨୮୦ ଟଙ୍କା ସ୍ଥିର କରାଯାଇଛି ।