ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପରୀକ୍ଷାମୂଳକ ଭାବେ ୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଲଚେର ସାର କାରଖାନା । ତାଲଚେର ସାର କାରଖାନାର ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ନେଇ ସୂଚନା ପ୍ରଦାନ କଲେ କେନ୍ଦ୍ର ସାର ମନ୍ତ୍ରାଳୟ ସଚିବ ଛବିଳେନ୍ଦ୍ର ରାଉଳ । ସଚିବ ସୂଚନା ଦେଇ କହିଛନ୍ତି ୨୦୨୩ ମସିହା ସୁଦ୍ଧା ପରୀକ୍ଷାମୂଳକ ଭାବେ ତାଳଚେରର ସାର କାରଖାନା କାର୍ଯ୍ୟକ୍ଷମ ହେବ । ଏଠାରେ ପ୍ରତିଦିନ ୨୨୦୦ଟନ ଆମୋନିଆ ଓ ୩୮୫୦ମେଟ୍ରିକ ଟନ ୟୁରିଆ ଉତ୍ପାଦନ ହେବ । ଖାଲି ସେତି କି ନୁହେଁ ୧୦୦ମେଟ୍ରିକ ଟନ ବିକ୍ରିଯୋଗ୍ୟ ଅତିରିକ୍ତ ସଲଫର ମଧ୍ୟ ଉତ୍ପାଦନ ହେବ । ଅନ୍ୟପଟେ ତାଲଚେରରେ ରହିଥିବା ପ୍ରଚୁର ପରିମାଣର କୋଇଲାକୁ କିପରି ପରିବେଶ ବୈକଳ୍ପିକ ଉପଯୋଗ କରାଯିବ ଓ ଏଥିରୁ ୨.୩୮ ମିଲିୟନ କ୍ୟୁବିକ ମିଟର ପ୍ରାକୃତିକ ଗ୍ୟାସ ମଧ୍ୟ ଉତ୍ପାଦନ କରାଯିବ ।
ଯାହାଫଳରେ ଏହା ଏଲ ପି ଜି ଆମଦାନୀ ଖର୍ଚ୍ଚକୁ ବହୁଳ ଭାବରେ ହ୍ରାସ କରିବ । ଏହି କାରଖାନା ନିର୍ମାଣ ହେବା ଫଳରେ ପାଖାପାଖି ୧୦ହଜାର ନିଯୁକ୍ତି ସୁଯୋଗ ସୁଷ୍ଟି ହେବ । ତେବେ କାର୍ଯ୍ୟକ୍ଷମ ହେବା ପରେ ୪ହଜାର ଲୋଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷରେ ନିଯୁକ୍ତି ମିଳିପାରିବ । ଏହି କାରଖାନା ନିର୍ମାଣ ନିମନ୍ତେ ବର୍ତ୍ତମାନ ସୁଦ୍ଧା ୮ ହଜାର କୋଟି ଟଙ୍କା ଚୁକ୍ତି କରାଯାଇସାରିଲାଣି । ଏହି ପ୍ରକଳ୍ପକୁ ୨୦୧୮ ସୁଦ୍ଧା ପରିବେଶ ମଞ୍ଜୁରୀ ମିଳିସାରିଥିବା ବେଳେ ୨୦୧୯ ଡିସେମ୍ବରରେ ଏହାର ସ୍ଥାପନା ପାଇଁ ମଞ୍ଜୁରୀ ମିଳିସାରିଛି । ନିଜସ୍ୱ କୋଇଲା ଖଣି ମଧ୍ୟ ଆବଣ୍ଟନ ହୋଇସାରିଛି । ତେବେ ଏହି କାରଖାନା ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବା ଫଳରେ ଏହା ଦେଶରୟୁରିଆ ଆବଶ୍ୟକତାକୁ ସମ୍ପୂର୍ଣ୍ଣ ପୂରଣ କରିପାରିବ ।