କେନ୍ଦୁଝର(ଏଟିଆର ବ୍ୟୁରୋ):କରୋନା ପାଇଁ ବନ୍ଦ ରହିଥିବା ମା’ତାରିଣୀ ମନ୍ଦିର ଆଜିଠାରୁ ଖୋଲିଛି । ମାଙ୍କ ବଡସିଂହାର ଓ ମଙ୍ଗଳ ଆଳତି ପରେ ପ୍ରଥମେ ମନ୍ଦିରର ସେବାୟତଙ୍କ ପରିବାର ବର୍ଗ ଦର୍ଶନ କରିଥିଲେ । ସକାଳ ୯ ଟାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଛି ।
ମନ୍ଦିର ଭିତରକୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପିନ୍ଧିବା ବାଧ୍ୟତାମଳୂକ କରାଯାଇଛି । ଦର୍ଶନ ବ୍ୟବସ୍ଥା ସକାଳ ୮ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟା ୩୦ ପର୍ଯ୍ୟନ୍ତ ଏବଂ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ .୩୦ ପର୍ଯ୍ୟନ୍ତ କରାଯାଇଛି । ଯେହିପରି ଭକ୍ତମାନେ ୩ ନଂ ଗେଟ ରେ ପ୍ରବେଶ କରି ସାନିଟାଇଜର ହୋଇ ସାମାଜିକ ଦୂରତା ରକ୍ଷା କରି ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ।
ମନ୍ଦିର ଭିତରକୁ ଗୋଟେ ଥରକେ ୨୫ ରୁ ୩୦ ଜଣ ପ୍ରମେଶ କରିବା ପାଇଁ ଅନୁମତି ଦିଆଯାଇଛି । ସେହିପରି ଭକ୍ତମାନେ ପାଦୁକ ସେବନ କରିବା , ସିନ୍ଦୁର ଲଗାଇବା , ଓ ମାନସିକ ଚୁଳ ନ ପକାଇବା ପାଇଁ ବାରଣ କରାଯାଇଛି । ମନ୍ଦିର ଭିତରକୁ ୧୦ ବର୍ଷରୁ କମ୍ ବୟସର ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ନ ଯିବା ପାଇଁ ବାରଣ କରାଯାଇଛି ।