କଟକ ( ଏଟିଆର ବ୍ୟୁରୋ):ଶ୍ରେଣୀରେ ପାଠ ପଢାଉ ଥିବା ବେଳେ ଶିକ୍ଷୟତ୍ରୀଙ୍କୁ କଟୁରୀ ଚୋଟ । ଏକ ଛାତି ଥରା ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ନିଆଳି ଅଞ୍ଚଳରେ । ସୂଚନା ମୁତାବକ ନିଆଳି ଥାନା ଆମ୍ବପଡା ଏମଇ ସ୍କୁଲର ଶିକ୍ଷୟତ୍ରୀ ଶୁଚିସ୍ମିତ ମୁଦୁଲିଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି । ସୁଚିଶ୍ମିତା ଆଜି ଶ୍ରେଣୀ ଗୃହେରେ ପାଠ ପଢାଉଥିବା ବେଳେ ସ୍କୁଲରେ ଏକ କଟୁରି ଧରି ପହଞ୍ଚି ଥିଲେ ଶିକ୍ଷୟତ୍ରୀଙ୍କ ଘର ପାଖର ବୁବୁନା ନାମକ ଜଣେ ଯୁବକ ।
ସେଠାରେ ସେ ସ୍କୁଲରେ ପହଞ୍ଚି ଦିଦିଙ୍କୁ ଆକ୍ରମଣ କରିଥିଲେ । ତେବେ ଆକ୍ରମଣ କରିଥିବା ଯୁବକର ନାମ ବୁବୁନା ବୋଲି ଜଣା ପଡିଛି । ଦିଦ ଶ୍ରେଣୀରେ ପାଠ ପଢାଉଥିବା ବେଳେ ହଠାତ କ୍ଲାସ ରୁମ ଭିତରକୁ ପଶି ଯାଇ ଅତର୍କିତ ଭାବେ ଦିଦିଙ୍କୁ ଏକ କଟୁରିରେ ଆକ୍ରମଣ କରିଥିଲା । ଶିକ୍ଷୟତ୍ରୀଙ୍କ ମୁଣ୍ଡ, ହାତ ଓ ବେକକୁ ପାଖାପାଖି ୧୦ରୁ ଅଧିକ ଥର ଆକ୍ରମଣ କରିଥିଲା । ଗରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଅବସ୍ଥାରେ ଶିକ୍ଷୟତ୍ରୀଙ୍କୁ ଏବେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ପୁଲିସ ଏହି ଘଟଣାର ଛାନଭିନ୍ କରୁଛି । ଆକ୍ରମଣ କରିବା ପଛର କାରଣ ଅସ୍ପଷ୍ଟ ରହିଛି ।