ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର .. . ଗୁରୁ ସାକ୍ଷାତ ପରଂବ୍ରହ୍ମ .. ତସ୍ମୈ ଶ୍ରୀ ଗୁରବେ ନମଃ । ଆଜି ହେଉଛି ପବିତ୍ର ଗୁରୁଦିବସ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ । ଅଜ୍ଞାନ ରୁପକ ଅନ୍ଧକାରକୁ ଦୂର କରୁଥିବା ଗୁରୁଙ୍କ ପାଇଁ ଆଜି ଦିନଟି ବେଶ ସ୍ମରଣୀୟ । ସେଥିପାଇଁ ତ କଥାରେ ଅଛି ଗୁରୁ ବିନା ଜ୍ଞାନ ଅସମ୍ଭବ । ଆପଣ ଯେ କୌଣସି ବିଭାଗରେ କାର୍ଯ୍ୟ କରୁଥାନ୍ତୁ ନାଁ କାହିଁକି ଆପଣଙ୍କ ଜାଣନ୍ତରେ ହେଉ ଅବା ଅଜାଣତରେ ଆପଣ କାହାକୁ ନା କାହାଙ୍କୁ ଗୁରୁ ରୂପରେ ମାନି ନେଇଥିବେ ।
ଗୁରୁ ଶିଷ୍ୟର ପରମ୍ପରା ଆଜିର ନୁହେଁ ପୁରାଣ କାଳରୁ ଏହି ପରମ୍ପରା ରହି ଆସିଛି । ବେଦବ୍ୟାସଙ୍କ ଠାରୁ ଆରମ୍ଭ କରି ଦ୍ରୋଣାଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ସବୁଠି ଦେଖି ବାକୁ ମିଳିଛି ଗରୁଙ୍କ ପ୍ରତି ଥିବା ଶିଶ୍ୟର ସେହି ଭକ୍ତି ଭାବକୁ । ଡକ୍ଟର ରାଧାକୃଷ୍ଣଙ୍କ ଶିକ୍ଷା ପ୍ରତି ଥିବା ଅବଦାନକୁ ମନେ ପକାଇବା ପାଇଁ ତାଙ୍କର ଜନ୍ମଦିନକୁ ସାରା ଭାରତ ବର୍ଷ ଗୁରୁଦିବସ ଭାବେ ପାଳନ କରି ଆସୁଛି । ୧୯୬୨ ମସିହାରୁ ସେପ୍ଟେମ୍ଭର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳିତ ହୋଇ ଆସୁଛି । ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଥିଲେ ଜଣେ ଶିକ୍ଷାବିତ୍, ଦାର୍ଶନିକ ଓ କୂଟନୀତିଜ୍ଞ ।୧୯୮୮ ମସିହା ସେପ୍ଟେମ୍ଭର ୫ ତାରିଖରେ ତାମିଲନାଡୁର ତିରୁଟନୀ ଠାରେ ଜନ୍ମ ନିଅନ୍ତି ଏହି ଯୋଗଯନ୍ମା ।
ଖ୍ରୀଷ୍ଟିୟାନ ମିସନ ସ୍କୁଲରେ ଉଚ୍ଚ ଶିକ୍ଷା କରିବା ପରେ ୧୯୦୯ ମସିହାରେ ମାଡ୍ରାସ ପ୍ରେସିଡେନ୍ସି ସ୍କୁୁଲରେ ଅଧ୍ୟାପକ ଭାବେ ନିଯୁ୍କ୍ତି ପାଆନ୍ତି ରାଧାକ୍ରିଷ୍ଣନ । ଶିକ୍ଷକ ଜୀବନରେ ସେ ଭାରତୀୟ ଦର୍ଶନ , ତୁଳନାତ୍ମକ ଧର୍ମ ଦର୍ଶନ ଓ ନୀତି ଶିକ୍ଷା ଆଦିରେ ଶିକ୍ଷା ଦାନ କରୁଥିଲେ । ସାରା ବିଶ୍ୱକୁ ତାଙ୍କର ସବୁଠାରୁ ବଡ ଅବଦାନ ହେଲା ସେ ଶ୍ରୀମଦଭଗବତ ଗୀତାକୁ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ । ୧୯୫୪ ମସିହାରେ ଭାରତର ସମ୍ମାନଜନକ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ରାଧାକ୍ରିଷ୍ଣନଙ୍କ ଶିକ୍ଷା ପ୍ରତି ଥିବା ମହତ ଅବଦାନକୁ ମନେ ପକାଇବା ପାଇଁ ଆଜି ଦିନଟି ବେଶ ଗୁରୁତ୍ୱପୂର୍ଷ୍ଣ । ଏହି ଅବସରରେ ଆଜି ବିଭିନ୍ନ ଶିକ୍ଷାନୁଷ୍ଠାନ ଚଳଞ୍ଚଳ ହୋଇ ଉଠିଛି ।