ନୁଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ମନ୍ଦିର ନିର୍ମାଣ କରିବା ପାଇଁ ରାମ ଭକ୍ତଙ୍କ ଠାରୁ ସହାୟତା ନିଆଯିବାକୁ ନିଷ୍ପତ୍ତି ନେଇଛି ହିନ୍ଦୁ ପରିଷଦ । ମସଜିତ ଡିଜାଇନକୁ ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନ ଟ୍ରଷ୍ଟ ଅନୁମତି ଦେଇଛି । ଏହି ଅଭିଯାନ ଜାନୁଆରୀ ୧୪ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହେବ ବୋଲି କୁହାଯାଇଛି ।
ୟୁପି ସୁନ୍ନୀ ସେଣ୍ଟ୍ରୋଲ ୱାମଫ ବୋର୍ଡ ଗଣତନ୍ତ୍ର ଦିବସରେ ଭୁତ୍ତିପ୍ରସ୍ତା ହେବ ବୋଲି ଜଣାପଡିଛି । ଏହା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । ଏହି ସହାୟତ ରାଶି ୧୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ବା ୧୦୦୦ ଟଙ୍କିଆ କୁପନ ପର୍ଯ୍ୟନ୍ତ ଗ୍ରହଣ କରାଯିବ । ଏବଂ ୨୦୦ ରୁ ଅଧିକ ଟଙ୍କା ଦେଇଥିବା ଲୋକଙ୍କ ପାଇଁ ରସିଦ ମଧ୍ୟ କଟାଯିବ ।
ସୁପ୍ରିମକୋର୍ଟ ଅଯୋଧ୍ୟ ମାମାଲାର ସମାଧାନ କରିବା ବେଳେ ମସଜିତ ନିର୍ମାଣ ପାଇଁ ୫ ଏକର ଜାଗା ଦେବେ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବଂ ଏହି ୫ ଏକର ଜାଗାରେ ମସଜିତ ସହିତ ହସ୍ପିଟାଲ , ଇଣ୍ଡୋ ଇସଲାମିକ ରିସର୍ଚ୍ଚ ସେଣ୍ଟର , କମ୍ୟୁନିଟି କିଚେନ ମଧ୍ୟ ତିଆରି ହେବ ବୋଲି ଜଣାପଡିଛି ।
ଏହି ଅଭିଯାନରେ ୪ ଲକ୍ଷ ଗାଁ ରୁ ପ୍ରାୟ ୧୧ କୋଟି ପରିବାର ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଲକ୍ଷ୍ୟ ରଖାଯାଇଛି । ସମଗ୍ର ଦେଶରେ ୩ ରୁ ୪ ଲକ୍ଷ ଭିଏଚପି କର୍ମକର୍ତ୍ତାଙ୍କୁ ଏହି ଅଭିଯାନରେ ନିୟୋଜିତ କରାଯିବ ।