ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଫାଇଜର ଟିକାକୁ ମଞ୍ଜୁରୀ ପ୍ରଦାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏଥି ସହିତ ଜରୁରୀକାଳୀନ ପାଇଁ ମଧ୍ୟ ଅନୁମତି ମିଳିଛି । ଫାଇଜର ପ୍ରସ୍ତୁତି କରିଥିବା ଏହି କରୋନା ଟିକାକୁ ସବୁ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇଛି ଡବ୍ଲୁଏଚଓ ।
ଗରିବ ଦେଶରେ କିପରି ଭାବେ ଏହି ଭ୍ୟକସିନ ପହଞ୍ଚିପାରିବ ସେନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଟିକା କରୋନା ଭାଇରସକୁ ମାତ ଦେବାରେ ସଫଳ ହେବ ବୋଲି ଆଶା କରାଯାଉଛି । ଭାରତରେ ଅକ୍ସଫୋର୍ଡର କରୋନା ଭ୍ୟାକସିନକୁ ମଞ୍ଜୁରୀ ମିଳିବା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି ।
ଫାଇଜର ବାୟୋଏନଟେକ ଭ୍ୟାକସିନକୁ ଆମେରିକା , ବ୍ରିଟେନ , ୟୁରୋପିଆନ ସଂଘ ଓ ଅନ୍ୟ ଦେଶକୁ ବହୁ ଆଗରୁ ମଞ୍ଜୁରି ମିଳିସାରିଛି । କରୋନା ର ଦ୍ୱିତୀୟ ଷ୍ଟେନ ବ୍ରିଟେନରେ ଦେଖା ଦେଇଛି ।ଏବଂ ସେଠାରୁ ଫେରୁଥିବା ଲୋକଙ୍କୁ ଆଇସୋଲେସନରେ ରହିବା ପାଇଁ ଅନୁରୋଧ କରାଯାଇଛି ।
ଏପର୍ଯ୍ୟନ୍ତ ୨୫ ରୁ ଅଧିକ ଲୋକଙ୍କ ଠାରେ କରୋନାର ଦ୍ୱିତୀୟ ଚିହ୍ନଟ ହୋଇଛି ।