ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ବେଗୁନିଆ ଥାନାରେ ପଶି ଭଙ୍ଗାରୁଜା କଲେ ଉତ୍ୟକ୍ତ ଲୋକ । ସ୍ଥାନୀୟ ବିଧାୟକ ପ୍ରସାନ୍ତ ଜଗଦେବଙ୍କ ଗିରଫ ପ୍ରତିବାଦରେ ୫୭ ନମ୍ବର ଜାତୀୟ ରାଜପଥ ବନ୍ଦ କରିଛନ୍ତି ଲୋକ । ଘଟଣାକୁ ନଜରରେ ରଖି ଘଟଣାସ୍ଥଳରେ ଏକ ପ୍ଳାଟୁନ ଫୋର୍ସ ମୃତୟନ କରାଯାଇଛି । ବିଧାୟକଙ୍କୁ ଗିରଫ ଦାବିରେ ରାସ୍ତାରେ ଅଡି ବସିଛନ୍ତି ଉତ୍ୟକ୍ତ ଲୋକ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ହଟିବେନି ବୋଲି ସୂଚନା ଦେଇଛନ୍ତି । ସେପଟେ ରାସ୍ତା ବନ୍ଦ ହୋଇଥିବାରୁ ରାସ୍ତା ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ମଟର ଜମି ରହିଛି ।
ସୂଚନା ଯୋଗ୍ୟ, ସ୍ଥାନୀୟ ଅଞ୍ଚଳର ସରପଞ୍ଚ ପ୍ରାର୍ଥୀ ନବ କିଶୋର ସ୍ୱାଇଁଙ୍କୁ ବିଧାୟକ ମାଡ ମାରଥିିବା ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଶାସକ ଦଳର ବିଧାୟକ ହୋଇଥିବାରୁ ପୋଲିସ ଛତ୍ରଛାୟାରେ ଲୁଚି ରହିଛନ୍ତି ପ୍ରଶାନ୍ତ । ପୋଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ଶେଷରେ ଉତ୍ୟକ୍ତ ଲୋକ ଥାନାରେ ଧସେଇ ପଶି ଭଙ୍ଗାରୁଜା କରିବା ସହ ରାସ୍ତା ଅବରୋଧ କରିଛନ୍ତି । ନବ ପୂର୍ବରୁ ୩୦ ବର୍ଷ ଧରି ସରପଞ୍ଚ ହୋଇ ଆସୁଥିଲେ । ସେ କଂଗ୍ରେସ ଦଳର ଜଣେ ସକ୍ରୀୟ କର୍ମୀ । ଏଣୁ ତାଙ୍କୁ ମାଡ ହୋଇଥିବାରୁ ତାଙ୍କର ଶହ ଶହ ସମର୍ଥକ ଏଭଳି କରୁଥିବା ଜଣା ପଡିଛି ।