ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । ତେବେ ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାର ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ତେବେ ଓଡିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ରାଜ୍ୟ ସରାକାରଙ୍କ ପକ୍ଷରୁ ଅଧିକରୁ ଅଧିକ ଲୋକ ମାନଙ୍କର ସ୍ୱାବ୍ ଟେଷ୍ଟ କରାଯିବା ପାଇଁ ପ୍ରୟାସ କରାଯାଉଛି ।
ତେବେ ଏହାରି ଭିତରେ ଏକ ସ୍ୱତନ୍ତ୍ର ବିମାନରେ ୧୦ ହଜାର ଟେଷ୍ଟିଂ କିଟ ଓ ୧୫୦୦ ପିଇପି ସାମଗ୍ରୀ ଅଣାଯାଇଛି । ମୁମ୍ବାଇରୁ ଆଲିଆନ୍ସ ଏୟାରର ଏକ ବିମାନରେ ରାଜ୍ୟ ଔଷଧ ନିଗମ ଏହା ଆଣିଛି । ଏହା ସହ ୧୫ ହଜାର ନମୁନା ସଂଗ୍ରହ ପାଇଁ ଆବଶ୍ୟକ ଭାଇରସ ଟ୍ରାନ୍ସପୋର୍ଟ ମିଡିଆ ମଧ୍ୟ ଅଣାଯାଇଛି । ଡାକ୍ତର ମାନଙ୍କ ସୁରକ୍ଷା ପାଇଁ ୧୫୦୦ ପସର୍ନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ(ପିଇପି) ଅଣାଯାଇଛି ।