ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାର୍ଚ୍ଚ ୨୫ ରୁ ଆରମ୍ଭ ବିଧାନସଭା ବଜେଟ ଅଧିବେଶନ । ଏହା ମାର୍ଚ୍ଚ ୩୧ ଯାଏଁ ଚାଲିବ । ଏଥରକ ବଜେଟ ଅଧିବେଶନରେ ୬ଟି କାର୍ଯ୍ୟ ଦିବସ ରଖାଯାଇଛି । ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ ଗୃହକୁ ସମ୍ବୋଧନ କରିବେ ।
ମାର୍ଚ୍ଚ ୩୦ ରେ ଉପସ୍ଥାପନା ହେବ ରାଜ୍ୟ ବଜେଟ । ୩୧ ତାରିଖରେ ବଜେଟ ପାରିତ ପାଇଁ ଆସିବ ବ୍ୟୟ ମଞ୍ଜୁରୀ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।