କଟକ(ଏଟିଆର ବ୍ୟୁରୋ ): ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଆସୁଛନ୍ତି । ଉତ୍କଳ ଦିବସ ଅବସରରେ ରାଜ୍ୟରେ ଲୋକାର୍ପଣ ହେବାକୁ ଯାଉଛି ଗାନ୍ଧିଜୀଙ୍କ ସର୍ବବୃହତ୍ତବ୍ରୋଞ୍ଜ ପ୍ରତିମୂର୍ତ୍ତି । ଏହି ପ୍ରତିମୂର୍ତ୍ତି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକର୍ପଣ କରିବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧୦ଟାରେ ଆସି ପହଞ୍ଚିବେ । ମୁଖ୍ୟମନ୍ତ୍ରୀଙ୍କ କଡା ସୁରକ୍ଷା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗାନ୍ଧୀଜିଙ୍କ ଓଡିଶା ଆଗମନରେ ୧୦୦ ପର୍ଷ ପୂରଣ ଅବସରରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସହାରରେ ପ୍ରବେଶ ପଥ ବେଲଭ୍ୟୁ ବ୍ରେଞ୍ଜେ ଛକରେ ଏହାକୁ ସ୍ଥାପନ କରାଯାଇଛି ।
ମହାତ୍ମାଗାନ୍ଧୀଙ୍କ କଟକ ଗସ୍ତ ସମୟରେ କାଠଯୋଡି ନଦୀପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ପ୍ରତିମୂର୍ତ୍ତି କୁ ତିଆରି କରିଛନ୍ତି ଲକ୍ଷ୍ମୀଧର ରଣା । ୨୫ ଫୁଟ ଓସାର ଓ ୧୨ ଫୁଟ ଉଚ୍ଚତା ବିଶିଷ୍ଠ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହାସହ କ୍ୟାଣ୍ଟନମେଣ୍ଟ ରୋଡଠାରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।