ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କରିବା ପାଇଁ ଏକ ଯନ୍ତ୍ର ଆଜି ଉଦଘାଟିତ କରାଯାଇଛି । ଏହି ଯନ୍ତ୍ର ଦ୍ୱାରା ବର୍ଜ୍ୟବସ୍ତୁରୁ ହାଲୁକା ଡିଜେଲ ବାହାର କରାଯାଇ ପାରିବ । ରେଲୱେ ବୋର୍ଡ ରୋଲିଙ୍ଗ ଷ୍ଟକ ସଦସ୍ୟ ରାଜେଶ ଅଗ୍ରୱାଲ, ପୂର୍ବତଟ ରେଳପଥର ମହାପ୍ରବନ୍ଧଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପକୁ ଉଦଘାଟିତ କରାଯାଇଛି । ଭୁବନେଶ୍ୱର ମଞ୍ଚଶ୍ୱରରେ ଥିବା ରେଳ ଡବା ମରାମତି କାରଖାନା ଠାରେ ଏହି ପ୍ରକଳ୍ପକୁ ସ୍ଥାପନ କରାଯାଇଛି ।
ଏହି ପ୍ରକଳ୍ପ ଭିତ୍ତିପ୍ରସ୍ତର ଠାରୁ କାର୍ଯ୍ୟକ୍ଷମ ପର୍ଯ୍ୟନ୍ତ ମାତ୍ର ତିନି ମାସ ସମୟ ଅବଧୀରେ ସମ୍ପୂର୍ଣ୍ଣ ହୋଇଛି । ଥରକରେ ୫୦୦ କିଲୋଗ୍ରାମ ବର୍ଜ୍ୟବସ୍ତୁ କାର୍ଯ୍ୟକ୍ଷମତା ଥିବା ନେଇ ସୂଚନା ମିଳିଛି । ଏହି ଯନ୍ତ୍ରରେ ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ, ଇ-ୱେଷ୍ଟ ରୁ ହାଲୁକା ଡିଜେଲରେ ପରିଣତ କରାଯାଇ ପାରିବ । ଏହି ହାଲୁକା ଡିଜେଲକୁ ଜାଳେଣି ରୁପେ ବ୍ୟବହାର କରାଯାଇ ପାରିବ । ତେବେ ପ୍ଲାଷ୍ଟିକ ର୍ବଜ୍ୟବସ୍ତୁର ପରିଚାଳନା ଦ୍ୱାରା ପରିବେଶରେ ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ଭୟରୁ ମୁକ୍ତି ମିଳିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି ।