ପୁରୀ(ଏଟିଆର ବ୍ୟୁରୋ): କରୋନା ପାଇଁ ଅଟକିବନି ସହାପ୍ରଭୁଙ୍କ ଚନ୍ଦନ ଯାତ୍ରା । କଟକଣା ଓ ସାମାଜିକ ଦୂରତା ବଜାଇ ରଖି ସେବାୟତ ମାନେ ରିତି ନିତି ଅନୁସାରେ ପାଳନ କରିବେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଦିନରେ ଚାପ ଖେଳ ସାରି ସଂନ୍ଧ୍ୟାରେ ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ । ଏନେଇ ଶ୍ରୀମନ୍ଦିର ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ନିଷ୍ପତି ନିଆଯାଇଛି । ଆସନ୍ତା ୨୬ ତାରିଖ ଦିନ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ କରାଯିବ । ତେବେ ପ୍ରତି ବର୍ଷ ଚନ୍ଦନ ଯାତ୍ର ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଥାଏ । ହେଲେ ଏବର୍ଷ କରୋନା ଭାଇରସର ହୋଇଥିବାରୁ ଗହଳି ନକରିବାକୁ କୁହାଯାଇଛି । ଏହା ସହ ସେବାୟତ ମାନଙ୍କୁ ସାମାଜିକ ଦୂରତା ବଜାଇ ରଖିବାକୁ କୁହାଯାଇଛି । ତେବେ ମହାପ୍ରଭୁଙ୍କ ୨୧ ଦିନ ବାହାର ଚାପ ପରେ ୨୧ ଦିନ ଭିତର ଚାପ ଅନୁଷ୍ଠିତ ହେବ
। ସୂଚନା ଯୋଗ୍ୟ କରୋନା ମୁକାବିଲା କରିବା ପାଇଁ ଗତ ମାସ ୨୦ ତାରିଖରୁ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରି ଦିଆଯାଇଛି । ସେହିପରି ସେବାୟତ ମାନଙ୍କୁ ମହାପ୍ରଭୁଙ୍କ ସେବା କରିବା ବେଳେ ବାରମ୍ବାର ହାତ ଧୋଇବାକୁ କୁହାଯିବା ସହ ସେମାନଙ୍କର ଥର୍ମାଲ ଟେଷ୍ଟିଂ କରାଯାଇ ମନ୍ଦିର ଭିତରକୁ ପ୍ରବେଶ କରାଯାଉଛି । ନିକଟରେ ସେବାୟତ ମାନଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।