ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନାର ସ୍ଥିତି ଗମ୍ଭୀର ହେବ ପଳରେ ଏହା ସମସକ୍ତଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି । ତେବେ ଜନଜୀବନକୁ ସ୍ୱଭାବିକ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ତେବେ ଚଳିତ ମାସ ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନଳକ -୪ ଗାଇଡଲାଇନ ଜାରି କରିଛନ୍ତି । ଯେଉଁ ଥିରେ କେନ୍ଦ୍ର ସରକାର ଲକ ଡାଉନ ଓ ସଟ ଡାଉନ କଟକଣାକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଯାହାକୁ ପାଳନ କରି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକଡାଉନ ଓ ସଟ ଡାଉନ କଟକଣା ସମ୍ପୂର୍ଣ୍ଣ ହଟାଇଦେଇଛନ୍ତି । ଯାହାଫଳରେ ରାଜ୍ୟରେ ଆଜିଠାରୁ ଯାତ୍ରୀବାହୀ ବସ ଚଳାଚଳ ସ୍ୱଭାବିକ ହେବ । ଏହି ଅନୁସାରେ ଆଜିଠୁ ରାଜ୍ୟରେ ଗଡିବ ଓଏସଆଟିସି ବସ । ଏନେଇ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସୂଚନାନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୨୯ଟି ରୁଟରେ ଓଏସଆଟିସି ବସ ଯାତାୟତ କରିବ ।
ଓଏସଆଟିସିର ସମୁଦାୟ ୨୩ଟି ଡିପୋ ଥିବାବେଳେ ୧୪ଟି ଡିପୋରୁ ବସ ବାହାରି ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯିବ। ଭୁବନେଶ୍ୱର ଏବଂ କଟକରୁ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟକୁ ବସ ଯାତାୟାତ କରିବ। ପରବର୍ତ୍ତୀ ସମୟରେ ଅନ୍ୟ ରୁଟରେ ବସ ସେବା ଉପଲବ୍ଧ ହେବ। ଯାତ୍ରା ସମୟରେ ବସ ଯାତ୍ରୀମାନେ କୋଭିଡ ଗାଇଡଲାଇନ ପାଳିବେ ।
ଅନ୍ୟପଟେ କିନ୍ତୁ କଟକଣା କହୋଳ ପରେ ବି ବସରେ ୧୦ରୁ ୨୦ଜଣ ଯାତ୍ରୀ ଯାତ୍ରା କରୁଥିବାରୁ ବସ ଚଳାଚଳ କରିବା ସମ୍ଭବ ହେଉନାହିଁ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ଲୋକଙ୍କ ମନରେ କରୋନା ପ୍ରତି ଭୟ ଥିବାରୁ ବସ୍ରେ ଯାତ୍ରା କରିବାକୁ ସୁରକ୍ଷିତ ମଣୁନାହାନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ କାର୍ୟ୍ୟକ୍ରମ କରିବାକୁ ସଂଘ ସଦସ୍ୟ ଅନୁରୋଧ କରିଛନ୍ତି।
ଆଜିଠୁ ରାଜ୍ୟର ୨୯ଟି ରୁଟରେ ଗଡିବ ଓଏସଆଟିସି ବସ
Tags #AtrNews #Odisha