ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗଜଲକ୍ଷ୍ମୀ ପୂଜା ଏବଂ କୁମାରପୂର୍ଣ୍ଣିମା ପାଇଁ ଆଜିଠାରୁ ନଭେମ୍ବର ୧ ତାରିଖ ଯାଏଁ ରହିଛି ସରକାରୀ ଛୁଟି । ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ କିନ୍ତୁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଖୋଲା ରହିବ ।
ଆରଟିଓରେ ରୋଷ୍ଟର ଡ୍ୟୁଟି ଆଧାରରେ କର୍ମଚାରୀମାନେ କାମ କରିବେ । ସେଥିପାଇଁ ଅପରାହ୍ନ ୩ ଟାରୁ ୫ଟା ଯାଏଁ ଖୋଲା ରହିବ ଆରଟିଓ । ଏହି ଅବସରରେ ସମସ୍ତ ନୂତନ ଗାଡିର ପଞ୍ଜିକରଣ କାର୍ଯ୍ୟ ହେବ । ଗାଡି ପଞ୍ଜିକରଣର ସମସ୍ତ ଡକ୍ୟୁମେଣ୍ଟ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯିବ ଏବଂ ନମ୍ବର ଆଲଟମେଣ୍ଟ ମଧ୍ୟ କରାଯିବ । ଏହାସହିତ ଯେପରି ବିନା ପଞ୍ଜିକରଣରେ କୌଣସି ଗାଡି ବିକ୍ରି ନହୁଏ ତାହା ଆରଟିଓ ମାନେ ନିଶ୍ଚିତ କରିବେ ବୋଲି ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ନିୟମର ଯେଭଳି ଉଲ୍ଲଂଘନ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।