ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକମାନେ କରିଥିବା ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା କାଣ୍ଡକୁ ନେଇ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛି । ଏହାର ଶୁଣାଣି ସମୟରେ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବ ନାହିଁ ବୋଲି କହିଛି । ଏହି ମାମଲାରେ ରିପ୍ରେଜେଣ୍ଟେସନ ଫାଇଲ କରିବା ଅଦାଲତ ଆବେଦନକାରୀମାନଙ୍କୁ କହିଛନ୍ତି ।
ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ.ବେବଡେ କହିଥିଲେ ସରକାରର ଦେଖାଶୁଣା କରୁଛନ୍ତି ।ତେଣୁ କୋର୍ଟ ଏହି ମାମଲା ମଧ୍ୟରେ ହସ୍ତକ୍ଷେପ କରିବ ନାହିଁ । ତେଣୁ ଆଇନକୁ ତା ବାଟରେ ଯିବା ପାଇଁ ସେ କହିଛନ୍ତି । ଏହାଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆଇନ ଏହାର ନିରପେକ୍ଷ ବିଚାର କରିବ । ଏହି ମାମଲାର ବିଚାର ପାଇଁ କେନ୍ଦ୍ର ସରକାରଙ୍କୁ ଜଣାଇବା ପାଇଁ ଆବେଦନକାରୀଙ୍କୁ କୋର୍ଟ କହିଛନ୍ତି ।
ଲାଲକିଲ୍ଲାରେ ହୋଇଥିବା ହିଂସାରେ ଜଡିତ ଲୋକଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଦୀପ୍ ସୁନ୍ଧୁ, ଯୁଗରାଜ ସିଂ ସମେତ ଚାରିଜଣ ଲୋକଙ୍କ ଉପରେ ଦିଲ୍ଲୀ ପୋଲିସ୍ ଏକ ଲକ୍ଷ ଟଙ୍କା ଲେଖାଁଏ ପୁରଷ୍କାର ରାଶି ଘୋଷଣା କରିଛି । ଘଟଣାର ତଦନ୍ତ ଲାଗି ଜଣେ ଅବସରପ୍ରାପ୍ତ ସୁପ୍ରିମ୍ କୋଟଙ୍କ ନେତୃତ୍ୱରେ ଏକ ତିନିଜଣିଆ ସଦସ୍ୟବିଶିଷ୍ଟ କମିସନ୍ ଗଠନ କରିବା ଲାଗି ମଧ୍ୟ ଗୋଟିଏ ପିଟିସନ୍ରେ ଅନୁରୋଧ କରାଯାଇଥିଲା।