ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ବଢୁଛି ଅସହ୍ୟ ତାତି । ଆସନ୍ତା ୨ଦତନ ମଧ୍ୟରେ ଧୀରେ ଧୀରେ ତାତି ବଢୁଥିବାବେଳେ ୪୮ଘଣ୍ଟା ଭିତରେ ତାତିରେ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ । ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇପାରେ ବୋଲଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱବର୍ତ୍ତୀ ଅଞ୍ଚଳ ଝପରେ ଏକ ଘୂର୍ଣ୍ଣିବଳୟ ଅଛି । ଏଥିସହ ତାତି କମ୍ ରହିବା ସହ ପାଗ ଅନେକ ସମୟରେ ଆଶିଂକ ମେଘୁଆ ରହୁଛି ।
ଆସନ୍ତାକାଲି ରାଜ୍ୟର ଜିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ । କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ୱର,କୋରାପୁଟ,ରାୟଗଡା,ଓ ଗଜପତି ଆଦି ଜିଲ୍ଲାରେ ଆସନ୍ତାକାଲି ଅପରାହ୍ନ ଆଡକୁ ବିଜୁଳି ,ଘଡଘଡି ସହ ବର୍ଷା ହେବ । ଏଥିପାଇଁ ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତାକାଲିଠାରୁ ୨ ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ନ ଥିବାରୁ ୪୮ଘଣ୍ଟା ପରେ ରାଜ୍ୟର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପରିଲିକ୍ଷିତ ହେବ । ଏହା ପରେ ୧୯ ତାରିଖ ଆଡକୁ ରାଜ୍ୟରେ ପୁଣି ଥରେ କାଳବୈଶାଖୀ ବର୍ଷା ପାଇଁ ଅନୁକୁଳ ବାତାବରଣ ସୃଷ୍ଟି ହେବ । ଗୁରୁବାର ରାଜ୍ୟର ତାପମାତ୍ରା ୪୦ଡିଗ୍ରୀ ତଳେ ରହିଥିବାବେଳେ ଭୁବନେଶ୍ୱରର ତାପମାତ୍ରା ୩୯.୭ ଟିଗ୍ରୀ ରହିଥିବାର ସୂଚନା ମିଳିଛି ।
ସେହିପରି ବାରିପଦାରେ ତାପମାତ୍ରା ୩୯.୪,ବୈାଦ୍ଧରେ ୩୯,ରାୟଗଡାରେ ୩୯.୨ ଡିଗ୍ରୀ,ରାୟଗଡା,କୋରାପୁଟ,ମାଲକାନଗିରି,କେନ୍ଦୁଝର,ଭଦ୍ରକ ଆଦିରେ ଘଡଘଡି ସହ ଆଲୁକାରୁ ମଧ୍ୟ ଧରଣର ବର୍ଷା ହେବାର ଆଶଙ୍କା କରାଯାଉଛି ।