ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଜିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩୧୦୮ ରେ ପହଞ୍ଚିଛି । ସେଥିମଧ୍ୟରୁ ସଙ୍ଗରୋଧରୁ ୧୮୦୬ ଓ ସ୍ଥାନୀୟ ଅଞ୍ଚଳରୁ ୧୩୦୨ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ।
ରାଜ୍ୟ ଲୋକସଂପର୍କ ବିଭାଗ ପକ୍ଷରୁ
ସର୍ବାଧିକ ଚିହ୍ନଟ ହୋଇଥିବାସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫୩୪ ରହିଥିବାବେଳେ ସୁନ୍ତରଗଡ ଜିଲ୍ଲାରୁ ୫୨୩ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳୁରୁ ୪୪, ବାଲେଶ୍ୱରରୁ ୧୫୧, ବରଗଡ଼ରୁ ୧୩୨, ଭଦ୍ରକରୁ ୫୩, ବଲାଙ୍ଗିରରୁ ୧୩୩, ବୌଦ୍ଧରୁ ୯, କଟକରୁ ୧୬୩, ଦେଓଗଡ଼ରୁ ୧୯, ଢେଙ୍କାନାଳରୁ ୧୬, ଗଜପତିରୁ ୧୮, ଗଞ୍ଜାମରୁ ୫୫, ଜଗତସିଂହପୁରରୁ ୨୯, ଯାଜପୁରରୁ ୭୫, ଝାରସୁଗୁଡ଼ାରୁ ୮୯ ପୁରୀରୁ ୧୧୪, କଲାହାଣ୍ଡିରୁ ୫୫, କନ୍ଧମାଳରୁ ୧୦, କେନ୍ଦ୍ରପଡ଼ାରୁ ୨୨, କେଉଁଝରରୁ ୧୦୫, ଖୋର୍ଦ୍ଧାରୁ ୫୩୪, ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩, ୬୧,୪୫୦ ଥିବା ବେଳେ ସୁସ୍ଥ ହେଲେଣି ୩,୪୨,୫୭୦। ରାଜ୍ୟରେ ଏବେ ବି ୧୬୮୮୯ଟି ସକ୍ରିୟ ମାମଲା ରହିଛି।