ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଯାଏଁ ଓଡିଶାର ୧୧ ହଜାର ଗାଁରେ ପହଞ୍ଚିନି ପାରିନି ଟେଲି ଯୋଗାଯୋଗ ବ୍ୟବସ୍ଥା । ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଦର୍ଶାଇଛନ୍ତି ରାଜ୍ୟ ସରକାର । ଆସନ୍ତା କାଲି ରାଜ୍ୟ ବଜେଟ ଉପସ୍ଥାପିତ ହେବ । ଏହା ପୂର୍ବରୁ ଆଜି ବିଧାନ ସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରାଯାଇଛି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଓଡିଶାରେ ମୋଟ ୫୧୩୧୧ ଟି ଗାଁ ଆଛି ।
ଏହା ମଧ୍ୟରୁ ୧୧ ହଜାର ଗାଁରେ ମୋବାଇଲ ସେବା ପହଞ୍ଚିନାହିଁ । ଏଥି ମଧ୍ୟରୁ ୧୦ ହଜାର ଗାଁରେ ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ । ସେହିପରି ଜାତୀୟ ସ୍ତରରେ ଟେଲିଘନତ୍ୱ ୯୩.୨୭ ପ୍ରତିଶତ ଥିବା ବେଳେ ରାଜ୍ୟରେ ୮୦.୨୮ ପ୍ରତିଶତ ରହିଛି । ସେହିଭଳି ଇଣ୍ଟରନେଟ ବ୍ୟବହାରକାରିଙ୍କ ସଂଖ୍ୟ ଜାତୀୟ ସ୍ତରରେ ୩୮.୦୨ ପ୍ରତିଶତ ଥିବା ବେଳେ ରାଜ୍ୟ ସ୍ତରରେ ୨୮.୨୨ ପ୍ରତିଶତ ରହିଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।
ଅନ୍ୟପଟେ କେନ୍ଦ୍ର ସରକାର ଅନଲାଇନ ଟଙ୍କା କରବାର କରିବାପାଇଁ ପରାମର୍ଶ ଦେଉଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଅନଲାଇନ କାରବାର କରିବା ପାଇଁ ଆବଶ୍ୟକ ହେଉଥିବା ଭିତ୍ତିଭୂମି ଓଡିଶାରେ ନାହିଁ ।