ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୌର ନିର୍ବାଚନ ନେଇ ସୂଚନା ଦେଇଛନ୍ତି ଏସଇସି ଆଦିତ୍ୟ ପାଢୀ । ସେ କହିଛନ୍ତି କି, ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ନିର୍ବାଚନରେ କୌଣସି କଟକଣା ନାହିଁ । ସାଧାରଣ ଭାବେ ଯେଉଁଭଳି ପ୍ରଚାର ହୁଏ ସେହିଭଳି ଭାବେ କରାଯିବ ।
କିନ୍ତୁ ଆକୁ ଯଦି କରୋନା ମାମଲା ବୃଦ୍ଧି ପାଏ ତେବେ କଟକଣା ଲାଗୁ କରାଯିବ । ପ୍ରତି ବୁଥରେ ୨ଟି ଇଭିଇମ ରହିଥିବାରୁ ପୋଲିଂ ଟିମ୍ ସଂଖ୍ୟା ବଢାଯିବ । ସେହିପରି ପ୍ରତି ପୋଲିଂ ଟିମ୍ ରେ ଜଣେ ପ୍ରିଜାଇଡିଂ ଓ ୪ ଜଣ ପୋଲିଂ ଅଫିସର ରହିବେ ।