ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପବିତ୍ର ଶ୍ରାବଣ ମାସ ଦେବ ଦେବ ମହାଦେବଙ୍କର ପ୍ରିୟ ମାସ । ଆଜି ଶ୍ରାବଣ ତୃତୀୟ ସେମାବାର । ଦେବ ଦେବ ମହାଦେବଙ୍କର ମାସ । ଏହି ଅବସରରେ ଗତ ସୋମବାର ଠାରୁ ଚଳ ଚଞ୍ଚ ହୋଇ ଉଠିଛି ପ୍ରମୁଖ ଶୈବ ପୀଠ । ଗତକାଲି ଠାରୁ ଲକ୍ଷାଧିିକ କାଉଡିଆ ମାନେ ବିଭିନ୍ନ ଶୈବ ପୀଠରେ ମାସିକ ଜଳାଭିଷେକ କରିଛନ୍ତି । ଏହି ଅବସରରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ସକାଳୁ ସକାଳୁ ଲକ୍ଷାଧିକ ଭକ୍ତ ମନ୍ଦିରରେ ଧାଡି ବାନ୍ଧି ଭୋଳାନାଥଙ୍କୁ ଜଳାଭିଷେକ କରାଇଛନ୍ତି ।
ପୁରୀ ଲୋକନାଥ ଓ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ବର ଆଦି ଶୈବ କ୍ଷେତ୍ର ଗୁଡିକରେ ନାହିଁ ନଥିବା ଭିଡ ଦେଖିବାକୁ ମିଲିଛି । ସେହିଭଳି ଜଗତସିଂହପୁରରେ ଗୋରେଖ ନାଥ ଓ ପଞ୍ଚପୋଲିରେ ମଧ୍ୟ ଲକ୍ଷାଧିକ ଭକ୍ତ ଆଜି ଜଳ ଢାଳିଛନ୍ତି । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାସ୍ଥା କଡରେ ସବୁ ଭକ୍ତଙ୍କ ପାଇଁ ବିଶ୍ରାମ ଗା ଖୋଲା ହୋଇଛି । କେବଳ ପୁରୁଷ ନୁହଁନ୍ତି ହଜାର ହଜାର ମହିଳା ମାନେ ମଧ୍ୟ ମାନସିକ ପୂରଣ ଲାଗି ଜଳାଭିଷେକ କରିଛନ୍ତି ।