ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କନ୍ଧମାଳ ଗସ୍ତରେ ଯିବେ । ଫୁଲବାଣୀ ସ୍ଥିତ ଷ୍ଟାଡିୟମରେ ଆୟୋଜିତ ବିଶାଳ ଯୁବ ସମାବେଶରେ ଯୋଗଦବେ ମୁଖ୍ୟମନ୍ତ୍ରୀ । ଏଥତ୍ସହ ୨୩୪ କୋଟ ଟଙ୍କା ବିନିମୟରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ । ଏହି ଯୁବସମାବେଶରେ କନ୍ଧମାଳ ସମେତ ଗଂଜାମ, ଗଜପତି, ବୌଦ୍ଧ, ନୟାଗଡ ଆଦି ୫ଟି ଜିଲ୍ଲାର ୩୦ ହଜାର ଯୁବକ ଯୁବତୀ ଯୋଗଦବେ। । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଯାଇ କନ୍ଧମାଳ ଗୁଦାରୀ ଠାରେ ଥିବା ଏୟାରଷ୍ଟ୍ରିପରେ ଓହ୍ଲାଇବେ ।
କନ୍ଧମାଳ ଷ୍ଟାଡିୟମକୁ ଯାଇ ଅନେକ ଉନ୍ନୟନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ଭିତିପ୍ରସ୍ତର ସ୍ଥାପନ ମଧ୍ୟ କରିବେ । ପରେ ଆୟୋଜିତ ଆଂଚଳିକ ଯୁବ ସମାବେଶରେ ଉଦବୋଧନ ଦେବେ। ସେପଟେ କନ୍ଧମାଳ ଏକ ମାଓ ପ୍ରବଣ ଜିଲ୍ଲା ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କନ୍ଧମାଳ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ବିରୋଧୀମାନେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଭିନ୍ନ ସମାଲୋଚନା କରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ଲୋକ ସମ୍ପର୍କ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଚକ୍ରାନ୍ତ । ଯଦି ମୁଖ୍ୟମନ୍ତ୍ରୀଙ୍କର ଏତେ ପ୍ରକଳ୍ପର ଶିଳାନ୍ୟାସ କରିବାର ଥିଲା ତେବେ ଆଗରୁ କୋଉଠି ଶୋଇଥିଲେ । ଏବେ କଣ ନିର୍ବାଚନ ଆସିବାରୁ ନିଦ ଭାଙ୍ଗିଗଲା ବୋଲି ସମାଲୋଚନା କରିଛନ୍ତି ବିରୋଧୀ ।
ବିଜୁ ଯୁବ ବାହନୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ମଧ୍ୟ କଡା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପି । ଶାସକ ଦଳ ପାଳିଥିବା କେତେକ ହାତ ଗଣତି ଗୁଣ୍ଡା ମାନଙ୍କୁ ନେଇ ସଭା ଆୟୋଜନ କରୁଛି । ଏବଂ ଆଗାମୀ ଦିନରେ ଏମାନଙ୍କୁ ନେଇ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଚେଷ୍ଠା କରୁଛି ବିଜେଡି । ବିଜୁ ଯୁବ ବାହିନୀ କେବଳ ଗାଁରେ ଗୁଣ୍ଡାଗିରି କରିବେ ଏବଂ ଲୋକଙ୍କ ଡରାଇବା ପାଇଁ ଗଠନ କରାଯାଇଛି । ଏଣୁ ସେମାନଙ୍କ ପିଛା ହଜାର ହଜାର କୋଟି ଟଙ୍କା ମଞ୍ଜୁର କରୁଛନ୍ତି ସରକାର । ଏଭଳି ଅନେକ କଡା ସମାଲୋଚନା କରିଛନ୍ତିି ବିରେଧୀ କଂଗ୍ରେସ ଏବଂ ବିଜେପି ।