ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ବଜେଟ ଅଧିବେଶନ ।ଏଥର ପ୍ରଥମ ଥା ପାଇଁ ଅନଲାଇନରେ ଚାଲିବ ବିଧାନସଭାର ପ୍ରଶ୍ନକାଳ । ରାଜ୍ୟ ବିଧାନସଭାର କାର୍ଯ୍ୟଧାରାକୁ କାଗଜଶୂନ୍ୟ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।
ଜାନୁଆରୀ ୨୯ ରେ ବିଧାନସଭା ସଂସଦ ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପରାମର୍ଶ ଓ ଅନୁମତି ପରେ ଆରମ୍ଭ ହେବ ବିଧାନସଭା ଅଧିବେଶନ ।ସରକାରୀ କାର୍ଯ୍ୟ ପାଇଁ କୈାଣସି କାଗଜ ବ୍ୟବହାର ନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଡିଜିଟାଇଜେସନ ପ୍ରକ୍ରିୟା ଶେଷ ହେେଇ ସମସ୍ତଙ୍କୁ ତାଲିମ ଦିଆଯାଇଛି ।
ଅଧିବେଶନରେ ସମସ୍ତ ବିଧାୟକମାନେ ଅନଲାଇନରେ ପ୍ରଶ୍ନ ପଚାରିବେ ଓ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଅନଲାଇନରେ ଦେବେ । ବିଧାୟକଙ୍କ ମୋବାଇଲକୁ ଉତ୍ତର ପଠାଇ ଦିଆଯିବ । ନାଭା ଆପ ଜରିଆରେ ବିଧାନସଭାରେ ପ୍ରଶ୍ନୋତ୍ତର ଅନଲାଇନରେ ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ଡ.ସୂର୍ଯ୍ୟ ନାର୍ରାଣ ପାତ୍ର ।