ପୁରୀ(ଏଟିଆର ବ୍ୟୁରୋ):ଚଳିତ ବର୍ଷ ୨୦୨୧ ରେ ପଡୁନାହିଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଶ୍ରୀମନ୍ଦିର ପଞ୍ଜିକା ସମୀକରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଭଳି ଭୁଲ ତଥ୍ୟ ଦେଇଥିବା ପଞ୍ଜିକାରଙ୍କ ବିରୋଧରେ ମନ୍ଦିର ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମତ ଦେଇଛନ୍ତି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସଦସ୍ୟ ।
ସେହିପରି ଆସନ୍ତା ଶନିବାର ଦିନ ମହାପ୍ରଭୁଙ୍କ ଚିର୍ତ୍ତାକର୍ଷକ ପଦ୍ମବେଶ ଅନୁଷ୍ଠିତ ହେବ । ରାତିରେ ପଦ୍ମ ବେଶରେ ମଇଲମ ହୋଇ ମହାପ୍ରଭୁ ଦର୍ଶଦ ଦେବେ । ଚଳିତ ବର୍ଷ ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀକୁ ଅନୁମୋଦନ ନେଇ ହୋଇଥିବା ବୈଠକ ପରେ ଏହି ମତ ପ୍ରକାଶ ପାଇଛି ।
ସେହିପରି କୋହିନୁର ଓ ରାଧାରମଣ ପଞ୍ଜିକା ଗଣନାକୁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱୀକୃତି ମିଳିଛି । ଏବଂ ଉକ୍ତ ପାଞ୍ଚିରେ ପ୍ରକାଶ ପାଉଥିବା ସମସ୍ତ ପର୍ବ ପର୍ବାଣୀ ମନ୍ଦିରରେ ପାଳନ ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।