ଡେରାଡୁନ(ଏଟିଆର ବ୍ୟୁରୋ): ଉତ୍ତରାଖଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ବିଜେପି ସାଂସଦ ତୀରଥ ସିଂହ ରାୱତ । ବିଧାୟକ ଦଳର ବୈଠକରେ ତୀରଥଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ସହମତି ମିଳିଛି । ଆଜି ଅପରାହ୍ନ ୪ ଟାରେ ସେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ତ୍ରିବେନ୍ଦ୍ର ସିଂହ ରାୱତ ନିଜ ପଦରୁ ଇସ୍ତଫା ନେଇଛନ୍ତି ।
ତେବେ ମାନସମନ୍ଥନ ପରେ ତୀରଥ ସିଂହ ରାୱତଙ୍କ ନାଁ ଉପରେ ବିଜେପି ମୋହର ଲାଗିଥିଲା । ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ଘରୱାଲ ଆସନରୁ ଲୋକସଭାକୁ ଯାଇଛନ୍ତି । ଏହା ପୁର୍ବରୁ ସେ ୨୦୧୩ ନଭେମ୍ବର ୯ ରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ବିଜେପି ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ।
ତୀରଥ ସିଂ ରାୱତଙ୍କ ନେତୃତ୍ୱରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତୀରଥ ସିଂ ମୁଖ୍ୟମନ୍ତ୍ରୀ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଇଡୁଙ୍କୁ ମୋ ଉପରେ ଏତେ ବିଶ୍ୱାସ ରଖିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ମୋ ଜୀବନରେ ଏପରି ଏକ ଦିନ ଆସିବ ବୋଲି ମୁଁ କେବେ ହେଲେ ଭାବିନଥିଲି ବୋଲି ମଧ୍ୟ ସେ କହିଛନ୍ତି ।