ଗଜପତି (ଏଟିଆର ବ୍ୟୁରୋ): ସାମୁଦ୍ରିକ ଝଡ ତିତଲି ସିନା ପଳାଇଲା କିନ୍ତୁ ଚାଷୀଙ୍କୁ ଦୁଃଖ ଦେଇ ଗଲା । ତିତଲି ପ୍ରଭାବରେ ଚାଷୀଙ୍କ ଭାତ ହାଣ୍ଡି ଉଜୁଡି ଯାଇଛି ।
ତିତଲି ବେଳେ ହୋଇଥିବା ପବନରେ ଧାନ ଗଛ ସବୁ ବିଲରେ ନଇଁ ପଡିଥିଲା । ପବନ ସହ ବର୍ଷା ମଧ୍ୟ ଦାଉ ସାଧିଲା । ଲଗାଣ ବର୍ଷା ଯୋଗୁଁ ବିଲ ସବୁ ବୁଡିକି ରହିଥିଲା । ଖରା ହେବା ପରେ ବିଲରୁ ପାଣି ଛାଡି ଥିଲା । କିନ୍ତୁ ହେକ୍ଟର ହେକ୍ଟର ଜମିରେ ହୋଇଥିବା ଫସଲ ଗୁଡିକ ସବୁ ନଷ୍ଟ ହୋଯାଇଥିଲା । ଯାହାଫଳରେ ଛାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏବେ ରାଜ୍ୟ ସରକାର ହିଁ ସେମାନଙ୍କର ଏକମାତ୍ର ସାହା ଭରଷା ।