ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) : ଓଡିଶାକୁ ମିଳିବ ତିତଲି ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର କୃହମନ୍ତ୍ରୀ ରାଜନାଥ ସିଂହ । ଗତକାଲି ରାଜନାଥଙ୍କୁ ଏନେଇ ନବୀନ ଚିଠି ଲେଖିଥିବା ବେଳେ ଆଜି ରାଜନାଥଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ।
ତିତଲି କ୍ଷତିଗ୍ରସ୍ତ ଅଂଚଳ ପାଇଁ କେନ୍ଦ୍ରୀୟ ସହାୟତା ମିଳିନଥିବା ନେଇ ଦାବୀ ଦୋହରାଇଥିଲେ ରାଜ୍ୟ ସରକାର । ଆନ୍ଧ୍ରକୁ ମିଳିଥିବା ବେଳେ କାହିଁକି ଓଡିଶାକୁ ମିଳିବ ନାହିଁ ବୋଲି ବି ଜାଣିବାକୁ ଚାହିଁଥିଲେ । ଏପରିକି ଏ ଦିଗରେ ରାଜନାଥଙ୍କ ହସ୍ତକ୍ଷେପ ଲୋଡିଥିଲେ ମୁଖ୍ୟମନ୍ତ୍ରୀ । ଅର୍ଥ ଅଭାବରୁ କ୍ଷତିଗ୍ରସ୍ତ ଅଂଚଳରେ ମରାମତି ଓ ପୁନଃନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ତୁରନ୍ତ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ଦାବୀ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ତିତଲି ବାତ୍ୟା, ବନ୍ୟା ଓ ଭୁସ୍ଖଳନ ଯୋଗୁ ୧୭ ଜିଲ୍ଳାର ୧୨୮ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୬୦.୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । ଏହି ଦୁର୍ବିପାକରେ ରାଜ୍ୟ ସରକାର ତକ୍ରାଳ ସବୁ ପ୍ରକାର ପଦକ୍ଷେପ ନେଇଥିଲେ ।