ବ୍ରହ୍ମପୁର (ଏଟିଆର ବ୍ୟୁରୋ) : ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ବ୍ରହ୍ମପୁର ନିବାସୀ ପ୍ରତିମା ନନ୍ଦଙ୍କ ଝିଅ ରାମେଶ୍ୱରୀ ସଫଳତା ହାସଲ କରିଛନ୍ତି । ଗତ ବୁଧବାର ସଂନ୍ଧ୍ୟାରେ ମୁମ୍ବାଇ ଗ୍ଲୋବାଲ ଇଣ୍ଡିଆ ବିୟୁଟି ପିଜେଣ୍ଟରେ ୨୦୨୦ ରେ ବ୍ରହ୍ମପୁରର ୨୮ବର୍ଷୀୟା ରାମେଶ୍ୱରୀ ନନ୍ଦ ଭାଗନେଇଥିଲେ । ହୋଟେଲ୍ ତାଜରେ ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ୩ଟି ରାଉଣ୍ଡରେ ପ୍ରତିଯୋଗିତା ହୋଇଥିଲା । ଶାଢୀ ଥିମ, ଚେକମେଟ ଥିମ୍ ଏବଂ ପ୍ରଶ୍ନୋତ୍ତର ରାଉଣ୍ଡରେ ରାମେଶ୍ୱରୀଙ୍କ ପ୍ରଦର୍ଶନ ବିଚାରକଙ୍କୁ ବେଶ୍ ଆକର୍ଷୀତ କରିଥିଲା । ପ୍ରତିଯୋଗିତାରେ ହୋଇଥିବା ସମସ୍ତ ରାଉଣ୍ଡକୁ ବାଜିମାତ କରି ରାମେଶ୍ୱରୀ ବ୍ରାଣ୍ଡ ଆମ୍ବାସାଡର୍ ଅଫ୍-୨୦୨୦ର ବିଜେତା ହାସଲ କରିଥିଲେ । ରାମେଶ୍ୱରୀ ବର୍ତ୍ତମାନ ଖଲ୍ଲିଖୋଟ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରୀ ଅଟନ୍ତି। ଗୁରୁବାର ଦିନ ସେ ଘରେ ପହଞ୍ଚିବା ପରେ ପରିବାର ବର୍ଗ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ରାମେଶ୍ୱରୀ ଏକ ପ୍ରଡକ୍ସନ୍ ହାଉସ କରିବା ପାଇଁ ଆଶା ରଖିଛନ୍ତି । ରାମେଶ୍ୱରୀଙ୍କ ଏହି ସଫଳତା ପାଇଁ ତାଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024