ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ ବର୍ଷରେ ପାଦ ଥାପିଛନ୍ତି । ଚଳିତ ବର୍ଷ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏଥର ନବୀନ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଜନ୍ମଦିନ ପାଳନ କରିବା ପାଇଁ ନବୀରନ ନିବାସ ନ ଆସି ଅସହାୟ ଅନାଥ ଆଶ୍ରମରେ ପାଳନ କରିବାକୁ ସେ ନିଜ ଶୁଭେଚ୍ଛୁଙ୍କୁ କହିଛନ୍ତି । ଆଜି ଦିନରେ ଭିନ୍ନକ୍ଷମ ସ୍କୁଲ ଯାଇ ପିଲାମାନଙ୍କୁ ସହଯୋଗର ହାତ ବଢାଇବାକୁ ସେ ଆହ୍ୱାନ ଦେଇଛନ୍ତି ।
ଅନ୍ୟପଟେ ଆଜି ନବୀନଙ୍କ ଜନ୍ମଦିନ ଅବସରରେ ବିଜେଡି ପକ୍ଷରୁ ସାରା ଓଡିଶାରେ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ନିଜ ନିଜର ଜନ୍ମ ଦିନ ଏବଂ ବିବାହ ଭଳି ବିଭିନ୍ନ ଉତ୍ସବ ସମୟରେ ଏହି ଦୁଃଖୀ ପିଲାଙ୍କ ପାଇଁ କିଛି ସାହାଯ୍ୟ କରିବାକୁ । ସେହିଭଳି ଆଜି ପୁରୀ ବେଳାଭୂମିରେ ବାଲୁକାକଳାରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।