ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ସକାଳ ୭ ଟାରୁ ଆରମ୍ବ ହୋଇଯାଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ ଲୋ କସଭା ଓ ୨୮ ଟି ବିଧାନସଭା ପାଇଁ ମତଦାନ ଦେଉଛନ୍ତି ଭୋଟର । ୪ଟି ଲୋକସଭା ପାଇଁ ୨୮ ଜଣ ପ୍ରାର୍ଥୀଙ୍କ ଓ ବିଧାନସଭା ପାଇଁ ୧୯୧ ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଦିର୍ଦ୍ଧାରଣ କରିବେ ଜନତା । ବ୍ରହ୍ମପୁର, କୋରାପୁଟ ,କଳାହାଣ୍ଡି ଓ ନବରଙ୍ଗପୁରରେ ନିର୍ବାଚନ କରାଯାଉଛି ।
୬୦ ଳକ୍ଷରୁ ଉର୍ଦ୍ଧ ଭୋଟର ସେମାନଙ୍କ ମତ ଦାନ ଦେବେ । ସେହିଭଳି ନିର୍ବଚନ ପରିଚାଳନା ଲାଗି ୪୭୫୦୮ ଜଣ କର୍ମଚାରୀଙ୍କୁ ଏଥିରେ ନିଯୁକ୍ତ କରାଯାଇଛି । ଏଥିପାଇଁ ପୁଲିସ ଫୋର୍ସ ମଧ୍ୟ ସଜାଗ ରହିିଛି । କେତେକ ସମ୍ବେଦନଶୀଳ ଯାଗାରେ ହେଲିକପ୍ଟର ସହିତ ଯବାନଙ୍କୁ ମଧ୍ୟ ସଜାଗ ରଖାଯାଇଛି । ୪ଟି ଲୋକ ସଭା ଓ ୨୮ ଟି ବିଧାନସଭା ପାଇଁ ମୋଟ ୭୨୩୩ ଟି ବୁଥ କରାଯାଇଛି ।
ସେଥି ମଧ୍ୟରୁ ୨୩୭୫ ଟି ବୁଥ୍ ବିପଦ ସଂଙ୍କୁଳ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୯ ଲକ୍ଷ ୭୨ହଜାର ୯୨୫ ଜଣ ପୁରୁଷ ଓ ୩୦ ଲକ୍ଷ ୩୦ ହଜାର ୨୨୨ ଜଣ ମହିଳା ସେମାନଙ୍କ ମୂଲ୍ୟବାନ ମତ ଦେବେ । ସେହିଭଳି ଭୋଟ ସରିବା ଯାଏଁ ଭୋଟ ହେଉଥିବା ଅଞ୍ଚଳ ମାନଙ୍କରେ ସମସ୍ତ ମଦ ଦୋକାନ ରହିବ ।