ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ହେଉଛି ବିଶ୍ୱ ଏଡ଼ସ୍ ଦିବସ । ଏଡ଼ସ୍ ହେଉଛି ଏକ ଭୂତାଣୁ ଜନିତ ରୋଗ । ଏଚ୍ଆଇଭି ଭାଇରସ ହେଉଛି ଏହି ରୋଗ ସଂକ୍ରମଣର କାରଣ । ସାରା ବିଶ୍ୱରେ ଆଜି ପାଳିତ ହେଉଛି ଏଡ଼ସ୍ ଦିବସ । ଏଡ଼ସ ନିରାକରଣ ପାଇଁ ଚାଲିବ ଶୋଭାଯାତ୍ରା ଓ ସଚେତନ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି ।
ରାଜ୍ୟରେ ଅକ୍ଟୋବର ୨୦ ସୁଦ୍ଧା ୫୨ ହଜାର ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଗଞ୍ଜାମ ରେ ସର୍ବାଧିକ ଓ ପରେ ଅନୁଗୁଳ ,ବାଲେଶ୍ୱର , ବଲାଙ୍ଗୀର, ଭଦ୍ରକ , କୋରାପୁଟ ଓ ଖୋର୍ଦ୍ଧ। ଜିଲ୍ଲା ରେ ଅଧିକ ସଂକ୍ରମିତ ଅଛନ୍ତି । ଏହି ରୋଗର ସଚେତନ ବଢିବାରୁ କ୍ରମଶଃ ରାଜ୍ୟରେ ପ୍ରତିବର୍ଷ ସଂକ୍ରମଣ ସଂଖ୍ୟା କମୁଛି ।
ପ୍ରତିବର୍ଷ ଡ଼ିସେମ୍ବର ୧ ତାରିଖକୁ ବିଶ୍ୱ ଏଡ଼ସ୍ ଦିବସ ଭାବେ ପାଳନ କରାଯାଏ । ୨୦୩୦ ସୁଦ୍ଧା ଏଡ଼ସ୍ କବଳରୁ ରାଜ୍ୟ କୁ ମୁକ୍ତ କରିବା ପାଇଁ ଲକ୍ଷ୍ୟ କରାଯାଇଛି । ୧୯୮୮ ରୁ ପ୍ରତିବର୍ଷ ଡ଼ିସେମ୍ବର ୧ ତାରିଖକୁ ବିଶ୍ୱ ଏଡ଼ସ୍ ଦିବସ ରୂପେ ପାଳନ କରାଯାଏ । ଏହି ରୋଗରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ପ୍ରାୟ ଅଢେଇ କୋଟି ଲୋକ ପ୍ରାଣ ହରାଇଥିବା ବେଳେ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଉଛନ୍ତି ।
ଏଡ଼ସ୍ ସମ୍ପର୍କରେ ଲୋକଙ୍କୁୂ ବିଭିନ୍ନ ପ୍ରକାର ବିଞାପନ ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ସଚେତନ କରାଯାଉଛି ।ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ୩୦ ଗର୍ଭବତୀ ଏଡ଼ସ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୯୨୯ ରହିଛି ।