ପୁରୀ ( ଏଟିଆର ବ୍ୟୁରୋ): ଆଜି ନୀଳକନ୍ଦରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ବହୁ ପ୍ରତୀକ୍ଷିତ ନିଳାଦ୍ରୀ ବିଜେ ପାଇଁ ଆଜି ଭୋର ସକାଳୁ ନୀତିକାନ୍ତି ଶେଷ ହୋଇଛି। ଆଜି ନୀଳାଦ୍ରୀ ବିଜେରେ ରସଗୋଲା ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ।ଜୟ ବିଜୟ ଦ୍ୱାରରେ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ଶ୍ରୀଜଗନ୍ନାଥ ।
ଏହି ଅବସରରେ ଆଜି ଦିନର ଗୁରୁତ୍ୱକୁ ଲକ୍ଷ୍ୟ କରି ଆଜି ଦିନଟିକୁ ରସଗୋଲା ଦିବସ ଭାବେ ପାଳନ କରାଯାଇଥାଏ । ବାହୁଡାରେ ମାଉସୀ ମାଙ୍କ ମନ୍ଦିରରୁ ଫେରିବା ପରେ ସୁନା ବେଶରେ ଭକ୍ତଙ୍କୁ ଦେଖା ଦେଇଥିଲେ । ଶେଷରେ ମହାପ୍ରଭୁଙ୍କ ଏହି ଲୀଳାଖେଳା ଶେଷ କରି ଆଜି ମହାପ୍ରଭୁ ରତ୍ନ ବେଦିକୁ ଯିବେ । ଧାଡି ପହଣ୍ଡି କରି ଆଜି ଶ୍ରୀଜୀଉମାନଙ୍କୁ ରତ୍ନବେଦୀକୁ ନିଆଯିବ ।
ଆସନ୍ତା କାଲି ଚନ୍ଦ୍ରଗ୍ରହଣ ଥିବାରୁ ଆଜି ସଅଳ ନୀତି ସାରିବାକୁ ନିର୍ଘଣ୍ଟ ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି । ଅପରାହ୍ଣ ସାଢ଼େ ୩ଟାରେ ସିଂହାସନ ମାଜଣା ହେବ। ଏହା ପରେ ୪ଟାରୁ ଗୋଟି ପହଣ୍ଡି ନୀତି ଅନୁଷ୍ଠିତ ହେବ। ପହଣ୍ଡି ବିଜେ ରାତି ୧୦ଟା ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।